Zomato Photograph: (KanakNews)
କନକ ବ୍ୟୁରୋ : ୧୦ ମିନିଟ୍ରେ ଡେଲିଭରି ସେବା ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରାଳୟ ଆଜି ଜୋମାଟୋ, ସ୍ବିଗି, ବ୍ଲିଙ୍କିଟ୍ ଏବଂ ଜେପ୍ଟୋକୁ ନିର୍ଦ୍ଦେଶ ଦେଇଛି । ସୂଚନା ଅନୁଯାୟୀ ସରକାରଙ୍କ ଉକ୍ତ ନିର୍ଦ୍ଦେଶନାମାକୁ ବ୍ଲିଙ୍କିଟ୍ ତୁରନ୍ତ କାର୍ଯ୍ୟକାରୀ କରି ୧୦ ମିନିଟ୍ରେ ଡେଲିଭରି ପ୍ରତିଶ୍ରୁତିକୁ ହଟାଇ ଦେଇଛି । ଅନ୍ୟ କମ୍ପାନିଗୁଡ଼ିକ ମଧ୍ୟ ଆଗାମୀ ଦିନରେ ଏହାକୁ କାର୍ଯ୍ୟକାରୀ କରିବେ ବୋଲି ଆଶା କରାଯାଉଛି । ଗିଗ୍ ଶ୍ରମିକମାନଙ୍କ ସୁରକ୍ଷା ଏବଂ କର୍ମ ସଂସ୍କୃତିରେ ଉନ୍ନତି ଆଣିବା ପାଇଁ ଏହା କରାଯାଇଛି ।
ଚୀନ୍-ପାକିସ୍ତାନକୁ ଭାରତର ଚେତାବନୀ, ଶାକ୍ସଗାମ୍ ଉପତ୍ୟକା ଚୁକ୍ତିକୁ ନେଇ ସେନା ମୁଖ୍ୟ କହିଲେ...
ଉତ୍ତମ ପାରିଶ୍ରମିକ ଏବଂ ଉନ୍ନତ କାର୍ଯ୍ୟ ପରିବେଶ ଦାବିରେ ଗତ ଡିସେମ୍ବର ମାସରେ ଗିଗ୍ ଆଣ୍ଡ୍ ପ୍ଲାଟଫର୍ମ ସର୍ଭିସ ୱାର୍କସ ସଂଘ ଧର୍ମଘଟ କରିଥିଲା । ଏହା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏସବୁ କମ୍ପାନିର ପ୍ରତିନିଧିମାନଙ୍କୁ ଭେଟିବା ସହିତ ଡେଲିଭରି ପାର୍ଟନରମାନଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।
Follow Us