ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍

Advertisment

ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ। ନାରାୟଣ ଚନ୍ଦ୍ର ନାୟକଙ୍କ ସରକାରୀ ବାସଭବନ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଛି ରେଡ୍ । ଭୁବନେଶ୍ବର, ଢେଙ୍କାନାଳ, ଭଦ୍ରକ ଓ ମୟୁରଭଞ୍ଜର ୧୦ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌

up 1

କନକବ୍ୟୁରୋ: ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ ।  ନାରାୟଣ ଚନ୍ଦ୍ର ନାୟକଙ୍କ ସରକାରୀ ବାସଭବନ ସମେତ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଚାଲିଛି ରେଡ୍   । ଭୁବନେଶ୍ବର, ଢେଙ୍କାନାଳ, ଭଦ୍ରକ ଓ ମୟୁରଭଞ୍ଜର ୧୦ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ । ଆୟଠୁ ଅଧିକ ସମ୍ପତ୍ତିଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ  ।

ଭୁବନେଶ୍ବର ଝାରପଡ଼ାର ୨ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ବିଭାଗ । ଗୋଟିଏ ୩ ମହଲା କୋଠା ଓ ଏକ ମହଲା କୋଠାରେ ଭିଜିଲାନ୍ସ ପହଞ୍ଚିଛି । ସେହିପରି ଭଦ୍ରକ ବାସୁଦେବପୁର ପୈତୃକ ଘର, ବରୁଣାଇର ସମ୍ପର୍କୀୟ ଘର, ଭଣ୍ଡାରୀପୋଖରୀରେ ଥିବା ସହକର୍ମୀଙ୍କ ଘର ସମେତ କୁଆଁସ ଓ ଗେଲପୁରରେ ଚଢାଉ ଚାଲିଛି । 

ସେହିପରି ମୟୁରଭଞ୍ଜ, ରାଇରଙ୍ଗପୁରରେ ଥିବା ଅନ୍ୟ ସହକର୍ମୀଙ୍କ ଘରେ ବି ଚଢ଼ାଉ କରି ଖୋଳତାଡ଼ କରୁଛି ଭିଜିଲାନ୍ସ ବିଭାଗ । ୧୦ ଜଣ ଡିଏସପି ଓ ୩ ଜଣ ଇନ୍ସପେକ୍ଟର ରେଡ୍‌ରେ ସାମିଲ ହୋଇଛନ୍ତି। କାମାକ୍ଷାନଗରରେ ଜଣେ ଡିଏସପିଙ୍କ ନେତୃତ୍ବରେ ରେଡ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe