କନକବ୍ୟୁରୋ: ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ । ନାରାୟଣ ଚନ୍ଦ୍ର ନାୟକଙ୍କ ସରକାରୀ ବାସଭବନ ସମେତ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଚାଲିଛି ରେଡ୍ । ଭୁବନେଶ୍ବର, ଢେଙ୍କାନାଳ, ଭଦ୍ରକ ଓ ମୟୁରଭଞ୍ଜର ୧୦ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଆୟଠୁ ଅଧିକ ସମ୍ପତ୍ତିଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ ।
ଭୁବନେଶ୍ବର ଝାରପଡ଼ାର ୨ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ବିଭାଗ । ଗୋଟିଏ ୩ ମହଲା କୋଠା ଓ ଏକ ମହଲା କୋଠାରେ ଭିଜିଲାନ୍ସ ପହଞ୍ଚିଛି । ସେହିପରି ଭଦ୍ରକ ବାସୁଦେବପୁର ପୈତୃକ ଘର, ବରୁଣାଇର ସମ୍ପର୍କୀୟ ଘର, ଭଣ୍ଡାରୀପୋଖରୀରେ ଥିବା ସହକର୍ମୀଙ୍କ ଘର ସମେତ କୁଆଁସ ଓ ଗେଲପୁରରେ ଚଢାଉ ଚାଲିଛି ।
ସେହିପରି ମୟୁରଭଞ୍ଜ, ରାଇରଙ୍ଗପୁରରେ ଥିବା ଅନ୍ୟ ସହକର୍ମୀଙ୍କ ଘରେ ବି ଚଢ଼ାଉ କରି ଖୋଳତାଡ଼ କରୁଛି ଭିଜିଲାନ୍ସ ବିଭାଗ । ୧୦ ଜଣ ଡିଏସପି ଓ ୩ ଜଣ ଇନ୍ସପେକ୍ଟର ରେଡ୍ରେ ସାମିଲ ହୋଇଛନ୍ତି। କାମାକ୍ଷାନଗରରେ ଜଣେ ଡିଏସପିଙ୍କ ନେତୃତ୍ବରେ ରେଡ କରାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/11/18/wUm1pC4w4PI55M584jfB.jpg)