କନକ ବ୍ୟୁରୋ: ଆସନ୍ତାକାଲି ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି  ଟଙ୍କା ଆସିବ । କୋଟିଏରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜାନର ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। ଗତକାଲି ପ୍ରଥମ କସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଆସିଥିଲା। ହେଲେ ବହୁ ଯୋଗ୍ୟ ମହିଳା ଏବେ ବି ସୁଭଦ୍ରା ଯୋଜନାରେ ସାମିଲ ହେବାରୁ ବଞ୍ଚିତ ହୋଇଛନ୍ତି।

Advertisment
  • ସରକାରୀ ବାବୁଙ୍କ ଖାମଖିଆଲି କାମ
  • ବହୁ ଯୋଗ୍ୟ ମହିଳା ‘ସୁଭଦ୍ରା’ରୁ ବଞ୍ଚିତ

ବାଲେଶ୍ଵର ସୁଏଲପୁର ଅଞ୍ଚଳର ରେବତୀ ସେଠୀ। ସ୍ବାମୀ ଜଣେ ରଙ୍ଗମିସ୍ତ୍ରୀ ଓ ଦୁଇ ପୁଅ ଝିଅକୁ ନେଇ ସେ ଫଟା ପଲିଥିନ ତଳେ ରହୁଛନ୍ତି । କିନ୍ତୁ ରେବତୀଙ୍କୁ ପେନସନଧାରୀ ଦର୍ଶାଇ ସୁଭଦ୍ରା ଯୋଜନାରୁ ବଞ୍ଚିତ କରାଯାଇଛି। ପ୍ରକୃତରେ ରେବତୀଙ୍କ ଶ୍ବଶୁର ଶିକ୍ଷକ ଚାକିରିରୁ ଅବସର ନେବା ପରେ ଓ ଶ୍ବଶୁରଙ୍କ ଦେହାନ୍ତ ପରେ ଶାଶୁ ପେନସନ ପାଉଥିଲେ । ଦୁଇବର୍ଷ ହେଲା ଶାଶୁଙ୍କ ମୃତ୍ୟୁ ହୋଇଥିଲେ ବି ଭୁଲରେ ବୋହୂ ରେବତୀଙ୍କୁ ପେନସନଧାରୀ ଦର୍ଶାଇ ସୁଭଦ୍ରାରୁ ବଞ୍ଚିତ କରାଯାଇଛି । 

ସେହିପରି ଆଉ ଜଣେ ହେଲେ ଲକ୍ଷ୍ମୀପ୍ରିୟା ସେଠୀ । ଆଧାର କାର୍ଡରେ ତାଙ୍କ ଜନ୍ମ ୨୦୦୩ ମସିହା ସେପ୍ଟେମ୍ବର ୧୮ ତାରିଖ ଉଲ୍ଲେଖ ରହିଛି । ଏହି ଅନୁସାରେ ଲକ୍ଷ୍ମୀପ୍ରିୟାଙ୍କ ବୟସ ଏବେ ୨୧ ବର୍ଷ ୪ ମାସ । କିନ୍ତୁ ତାଙ୍କୁ ୨୧ ବର୍ଷ ବୟସ ହୋଇ ନଥିବା ଦର୍ଶାଇ ତାଙ୍କ ସୁଭଦ୍ରା ଆବେଦନ ନାକଚ କରିଦିଆଯାଇଛି । ଏଭଳି ଅନେକ ତ୍ରୁଟି ନେଇ ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ଆସି ନଥିବା ଜନସେବା କେନ୍ଦ୍ର ଭିଏଲଇ କହିଛନ୍ତି । 

ତେବେ କାହା ଭୁଲ ପାଇଁ ରେବତୀ ଓ ଲକ୍ଷ୍ମୀପ୍ରିୟା ନିରାଶ ହୋଇଛନ୍ତି? କେବଳ ଲକ୍ଷ୍ମୀପ୍ରିୟା କି ରେବତୀ ନୁହନ୍ତି, ଏମିତି ହଜାର ହଜାର ମହିଳା ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ହୋଇଥିଲେ ବି ଭୁଲ ତଥ୍ୟ ଦର୍ଶାଇ ଆବେଦନ ଗ୍ରହଣ କରାଯାଇନାହିଁ । ତେବେ ମାର୍ଚ୍ଚ ୩୧ ତାରିଖ ସୁଭଦ୍ରା ଆବେଦନର ଶେଷ ତାରିଖ ହୋଇଥିବା ବେଳେ ଘରଘର ବୁଲି ଯୋଗ୍ୟ ମହିଳାଙ୍କୁ ଖୋଜି ଯୋଜନାରେ ସାମିଲ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଘୋଷଣା କେତେ କାର୍ଯ୍ୟକାରୀ ହେଉଛି, ଦେଖିବାର କଥା ।