କନକବ୍ୟୁରୋ : ଏବେ ସରିବ ଆତଙ୍କୀଙ୍କ ଖେଳ  । ମାଟିରେ ମିଶୁଛି ଆତଙ୍କବାଦୀଙ୍କ ଘର ।  ଆଉ ୪ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଛି  । ଘାଟିରେ ସକ୍ରିୟ ୪ ଆତଙ୍କବାଦୀଙ୍କ ଘରକୁ ବିସ୍ପୋରଣରେ ଉଡାଇ ଦେଇଛନ୍ତି ଭାରତୀୟ ସେନା ।  ଏହସାନ ଅହମ୍ମଦ ଶେଖ୍ , ସାହିଦ ଅହମ୍ମଦ ଓ ଜାକିରର ଘରକୁ ମାଟିରେ ମିଶାଇ ଦିଆଯାଇଛି  ।

Advertisment

ଜୁନ୍ ୨୦୨୩ରୁ ଲସ୍କରରେ ସକ୍ରିୟ କ୍ୟାଡର ଏହସାନ ଅହମ୍ମଦର ଦୁଇ ମହଲା କୋଠା ଭାଙ୍ଗି ଦିଆଯାଇଛି ।  ସେହିପରି ସାହିଦ ଅହମ୍ମଦ ଦୁଇ ବର୍ଷ ତଳେ ଲସ୍କରରେ ସାମିଲ ହୋଇଥିଲା । ଆଇଇଡି ବିସ୍ଫୋରଣରେ ୪ ଆତଙ୍କବାଦୀଙ୍କ ଘରକୁ ଉଡାଇ ଦିଆଯାଇଛି  । ଗତକାଲି ଭାରତୀୟ ସେନା ଦୁଇ ଆତଙ୍କବାଦୀଙ୍କ ଘର ଉଡାଇ ଦେଇଥିବା ବେଳେ ଏବେ ଆଉ ୪ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ସେନା । ସେପଟେ ସେନା ପକ୍ଷରୁ କାଶ୍ମୀରରେ ଘରକୁ ଘର ବୁଲି ସର୍ଚ୍ଚ ଅପରେସନ କରାଯାଉଛି ।  ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ତଲାସି ଚଳାଇଛି ଭାରତୀୟ ସେନା ।