କନକ ବ୍ୟୁରୋ: ଅନେକ ସମୟରେ ଅନଲାଇନ୍ ଟ୍ୟାକ୍ସିକୁ ନେଇ ବିଭିନ୍ନ ପ୍ରକାର ଅଭିଯୋଗ ଆସିଥାଏ । ଖାସ୍ କରି ଓଲା-ଉବେର ଭଳି କମ୍ପାନି ବିରୋଧରେ ସୋସିଆଲ୍ ମିଡିଆରେ ଲୋକମାନେ ଅଭିଯୋଗ କରିଥାନ୍ତି । ହେଲେ ଏହି ସମସ୍ୟାର ସମାଧାନ ପାଇଁ ସରକାର ଆଣିଛନ୍ତି ଭାରତ ଟାକ୍ସି । କେନ୍ଦ୍ର ସରାକର ଭାରତ ଟ୍ୟାକ୍ସି ନାମରେ ଏକ ନୂଆ କ୍ୟାବ୍ ସର୍ଭିସ୍ ସେବା ଆରମ୍ଭ କରିଛନ୍ତି । ଯାହାକି ଓଲା-ଉବେର ଭଳି କମ୍ପାନିକୁ ଚ୍ୟାଲେଞ୍ଜ ଦେବ ।

Advertisment

ଭାରତ ଟ୍ୟାକ୍ସିରେ ଗାଡ଼ି ମାଲିକ କିମ୍ବା ଡ୍ରାଇଭରଙ୍କୁ ଆଉ ଆପକୁ କମିସନ ଦେବାକୁ ପଡ଼ିବନି । ସମ୍ପୂର୍ଣ୍ଣ ରୋଜଗାର ଗାଡ଼ିର ମାଲିକଙ୍କ ପାଖକୁ ଯିବ । ଏଭଳି କ୍ଷେତ୍ରରେ ଓଲା, ଉବେର ଭଳି କମ୍ପାନି ନିଜ ଗ୍ରାହକ ହରାଇବେ ବୋଲି ଚର୍ଚ୍ଚା ହେଉଛି ।

ତେବେ ଭାରତ ଟ୍ୟାକ୍ସି ହେଉଛି ଦେଶର ପ୍ରଥମ ନିଜସ୍ୱ ଟ୍ୟାକ୍ସି ସର୍ଭିସ । ମିଳିଥିବା ସୂଚନା ମୁତାବକ ଆସନ୍ତା ଡିସେମ୍ବର ମାସରୁ ଏହା ବଡ଼ ଆକାରରେ ଆରମ୍ଭ ହେବ । ବର୍ତ୍ତମାନ ସମୟରେ ଏହା କେବଳ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ହିଁ ଆରମ୍ଭ ହୋଇଛି । ପରବର୍ତ୍ତୀ ସମୟରେ ଏହା ଦେଶର ସବୁ ଅଞ୍ଚଳରେ ପହଞ୍ଚିବ । କୁହାଯାଉଛି ଡିସେମ୍ବର ମାସ ଭିତରେ ଏହି ଭାରତ ଟ୍ୟାକ୍ସି ସହିତ ପାଖାପାଖି ୫ ହଜାର ଡ୍ରାଇଭର ଯୋଡ଼ି ହୋଇସାରିଥିବେ । ଆଉ ଅଲଗା ଅଲଗା ସହରରେ ଏହାର ସେବା ଆରମ୍ଭ ହୋଇସାରିଥିବ ।

IMD ର ବଡ଼ ସୂଚନା; ୨୭ ସକାଳେ ବଙ୍ଗୋପସାଗରରେ ବାତ୍ୟା

କେମିତି ବ୍ୟବହାର କରିବେ?

ଓଲା-ଉବେର ଆପ୍ ଭଳି ଆପଣ ଭାରତ ଟ୍ୟାକ୍ସି ଆପ୍ ମଧ୍ୟ ବ୍ୟବହାର କରିପାରିବେ । ଏହି ଆପ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିବ । ଖାସ୍ କଥା ହେଉଛି, ଡ୍ରାଇଭରଙ୍କୁ ଏଥିରେ ଆପ୍ ମାଲିକଙ୍କୁ କମିସନ ଦେବାକୁ ପଡ଼ିବନି । ଯାହାଦ୍ୱାରା ଉଭୟ ଗ୍ରାହକ ଓ ଗାଡ଼ି ମାଲିକ ଲାଭବାନ ହେବେ ।