ଜବରଦଖଲକାରୀଙ୍କ କବଜାରେ ସରକାରୀ ଜମି ;  ଘର ତିଆରି କରି ଭଡା ଲଗାଇଛନ୍ତି ମାଫିଆ

କାକଟପୁର-ଅସ୍ତରଙ୍ଗରେ ଜବରଦଖଲକାରୀଙ୍କ କବଜାରେ ସରକାରୀ ଜମି । ବେଆଇନ୍ କୋଠା ନିର୍ମାଣ କରି ଭଡ଼ା ଟଙ୍କାରେ ପକେଟ ଗରମ କରୁଛନ୍ତି ମାଫିଆ । ସମସ୍ୟା ଭୋଗୁଛନ୍ତି ସାଧାରଣ ଜନତା । ହାଇକୋର୍ଟରେ ମାମଲା ।

govt plot

govt plot Photograph: (kanakNews)

କନକ ବ୍ୟୁରୋ:  ପୁରୀ ଜିଲ୍ଲାରେ ସରକାରୀ ଜମିକୁ ମାଡ଼ି ବସିଛନ୍ତି ଜବରଦଖଲକାରୀ। ସେଠାରେ ବେଆଇନ କୋଠା ନିର୍ମାଣ କରି ଭଡ଼ା ଲଗାଇ ମୁନାଫା କାମଉଛନ୍ତି। ବର୍ଷ ବର୍ଷ ଧରି ଏପରି ଚାଲିଛି, ହେଲେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ହେଲେ ଏବେ ଜବରଦଖଲ ଉଚ୍ଛେଦ ପାଇଁ ଆଗକୁ ଆସିଛନ୍ତି ସମାଜସେବୀ ଜଳନ୍ଧର ନାୟକ। 

କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଜବରଦଖଲ। ଗୋଚର, ଅନାବାଦୀ, ଜଳସେଚନ ବିଭାଗର କେନାଲ ଜମିରେ ବେଆଇନ କୋଠା ନିର୍ମାଣ କରି ଭଡ଼ା ଲଗାଇଛନ୍ତି ଜବରଦଖଲକାରୀ।  ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଆଗକୁ ଆସିଛନ୍ତି କାକଟପୁରର ସମାଜସେବୀ ଜଳନ୍ଧର ନାୟକ। ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିବା ସହ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମୁଖ୍ୟ ଶାସନ ସଚିବ, ଜଳସେଚନ ବିଭାଗ ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ, ପୁରୀ ଜିଲ୍ଲାପାଳ, ଏସ୍‌ପି, କାକଟପୁର ତହସିଲଦାର ଓ ଥାନା ଅଧିକାରୀଙ୍କ ସମତେ ଜବରଦଖଲକାରୀଙ୍କୁ ପକ୍ଷଭୁକ୍ତ କରିବା ପାଇଁ ଆବେଦନ କରିଛନ୍ତି।

ସରକାରୀ ଜମିକୁ ଜବରଦଖଲ କରାଯାଇଥିବାରୁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତଥାପି ଜିଲ୍ଲା ପ୍ରଶାସନର ନୀରବତା, ପ୍ରଶାସନିକ ଅଧିକାରୀ ଓ ଜବରଦଖଲକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିଲା ସନ୍ଦେହ କରାଯାଉଛି। ଏପଟେ ପୁରୀ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଜବରଦଖଲକୁ ପ୍ରସୟ  ଦିଆଯିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe