କନକବ୍ୟୁରୋ : ସରକାରୀ ଚାକିରୀ ଦେବାକୁ କହି ୧୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନରେଶ ବାରିକ ଓରଫ ବୁଟୁ ଗିରଫ । ଅଭିଯୁକ୍ତର ଘର ଚନ୍ଦ୍ରଶେଖରପୁର ଅନ୍ତର୍ଗତ ପ୍ରଗତି ବିହାରରେ ବୋଲି ଜଣାପଡ଼ିଛି । କେତେବେଳେ ନିଜକୁ ନାଲ୍କୋ ଏଜିଏମ ତ ଆଉ କେତେବେଳେ ରିଲାଏନ୍ସ ଭି.ପି ଭାବେ ପରିଚୟ ଦିଏ । କିନ୍ତୁ ପ୍ରକୃତରେ ଇଏ ଜଣେ ଦଲାଲ ।
ଚାକିରି ଆଶାୟୀଙ୍କ ଠାରୁ ୨୦୨୧ ମସିହାରୁ ନାଲକୋରେ ଚାକିରୀ ଦେବାକୁ କହି ନେଇ ଯାଇଥିଲେ ୧୮ ଲକ୍ଷ ଟଙ୍କା । ଆଉ ପ୍ରତି ବଦଳରେ ଦେଇଥିଲା ଜାଲ ଡକ୍ୟୁମେଣ୍ଟ । ଫେକ୍ ଆପଏଣ୍ଟମେଣ୍ଟ ଲେଟର, ଜଏନିଂ ଲେଟର, ଗେଟ ପାସ୍ । ଏପରିକି ଅବିକଳ ଦିଶୁଥିବା ଜାଲି ଆଇକାର୍ଡ ମଧ୍ୟ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣି ଠକେଇର ଶିକାର ଯୁବକ ସର୍ବେଶ୍ୱର ସାମଲ ବଡଗଡ଼ ଥାନାର ଦ୍ୱାରସ୍ଥ ହେବା ପରେ ଏହି କରିତକର୍ମା ଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ଠକେଇ ସିଣ୍ଡିକେଟ ରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ଦିଲ୍ଲୀପ ଭଟ୍ଟାକୁ ଖୋଜୁଛି ପୁଲିସ୍ ।