କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଯାଇଛି ।  ଆଜି ଏହାର ତୃତୀୟ ଦିନ ।  ଏହି ସମ୍ମିଳନୀର ତୃତୀୟ ତଥା ଶେଷ ଦିନର ଦ୍ବିତୀୟ ଅଧିବେଶନରେ ‘ଜଳବାୟୁ ବିପର୍ଯ୍ୟୟ- ଅର୍ଥନୈତିକ କ୍ଷତିର ପ୍ରତିରୋଧକ’ ଶୀର୍ଷକ ଆଲୋଚନାରେ ଯୋଗ ଦେଇଛନ୍ତି ୟୁଏନ୍‌ଡିପିର ଓଡ଼ିଶା ମୁଖ୍ୟ ଆଭା ମିଶ୍ର, ମାଟି ଫାର୍ମସର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସଂଯୋଗ ସାହୁ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା । ସେମାନେ ନିଜ ନିଜର ମତ ରଖିଛନ୍ତି । 

Advertisment

ସୁସ୍ମିତା ବେହେରା କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାର କ୍ଷତିଭରଣା କରୁଛନ୍ତି । ଫାଇଲିନ ବାତ୍ୟା ସମୟରେ ବିଶ୍ବବ୍ୟାଙ୍କ ସହାୟତାରେ ପାଖାପାଖି ୨୦ ହଜାର ଘର ତିଆରି କରିଥିଲେ ସରକାର । ଏଥିମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୧୪ ୬ ହଜାର ଘର ନିର୍ମିତ ହୋଇଥିଲା । ସମୁଦ୍ର କୂଳରୁ ୫ କିଲୋମିଟର ଦୂରସ୍ଥ ଲୋକଙ୍କୁ ଘର ଯୋଗାଇ ଦିଆଯାଇଛି । ବଗପଟିଆରେ ସରକାର ୭ଟି କଲୋନି ତିଆରି କରିଛନ୍ତି , ସେଠାରେ ୬ ହଜାର ଲୋକ ବାସ କରୁଛନ୍ତି । ୨୦୨୩ରେ ସରକାର ପୁଣି ୨୧ କୋଟି ଟଙ୍କାର ବିନିଯୋଗ କରିଛନ୍ତି । ବର୍ତ୍ତମାନର ସରକାର ବି ଏଦିଗରେ ସଚେତନ ଅଛନ୍ତି ।