ଭରତପୁର ଘଟଣାରେ ଆକ୍ସନ ମୋଡରେ ସରକାର । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୀଡିତା ଓ ମେଜର । କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ

Advertisment

ସପ୍ତାହେ ହେବ ଭରତପୁର ଘଟଣା ରାଜ୍ୟ ସରକାରଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗି ରହିଥିଲା। ହେଲେ ବିଳମ୍ବିତ ରାତିରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇ ଏହି ଯନ୍ତ୍ରଣାକୁ ପ୍ରଶମିତ କରିବାକୁ ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସପ୍ତାହେ ହେବ ଭରତପୁର ଘଟଣା ରାଜ୍ୟ ସରକାରଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗି ରହିଥିଲା। ହେଲେ ବିଳମ୍ବିତ ରାତିରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇ ଏହି ଯନ୍ତ୍ରଣାକୁ ପ୍ରଶମିତ କରିବାକୁ ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ।

bharatpur aaa

କନକ ବ୍ୟୁରୋ: ସପ୍ତାହେ ହେବ ଭରତପୁର ଘଟଣା ରାଜ୍ୟ ସରକାରଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗି ରହିଥିଲା। ହେଲେ ବିଳମ୍ବିତ ରାତିରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇ ଏହି ଯନ୍ତ୍ରଣାକୁ ପ୍ରଶମିତ କରିବାକୁ ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ। ୬୦ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବେ କମିଶନ। 

କେବଳ ଘୋଷଣା କରି ସରକାର ଚୁପ୍ ବସିନାହାନ୍ତି। ଉଭୟ କ୍ରାଇମବ୍ରାଞ୍ଚ ଓ ବିଚାର ବିଭାଗୀୟ ତଦନ୍ତ ଭିତରେ ସରକାରୀସ୍ତରରେ ଆରମ୍ଭ ହୋଇଛି ତନାଘନା। ଲୋକସେବା ଭବନରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭେଟି ନ୍ୟାୟ ଦେବାକୁ ଭରସା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଭେଟିବା ପରେ ପୀଡିତା କହିଛନ୍ତି, ମୋହନ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ। ଦାବି ମାନିଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୀଡିତାଙ୍କ ବାପା।

ମୁଖ୍ୟମନ୍ତ୍ରୀଙ୍କ ଆଲୋଚନାର ଅଧଘଣ୍ଟା ପରେ ମୁଖ୍ୟ ଶାସନ ସଚିବଙ୍କ ସହ ପୋଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜି ଓ ଗୃହ ସଚିବ କବାଟକିଳା ବୈଠକ କରିଛନ୍ତି। ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ନେଇଛନ୍ତି ମୁଖ୍ୟ ଶାସନ ସଚିବ। ଏସବୁ ଭିତରେ ମହିଳାଙ୍କୁ ନ୍ୟାୟ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଆଇନମନ୍ତ୍ରୀ ଆଶ୍ବସନା ଦେଇଛନ୍ତି।

ନ୍ୟାୟ ଓ କାର୍ଯ୍ୟାନୁଷ୍ଠାନର ଭରସା ଭିତରେ ପୀଡିତା ପୋଲିସ ବିରୋଧରେ ଆଣିଥିବା ମାମଲା ପ୍ରତ୍ୟାହାର କରିବାକୁ ମନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଶ୍ବସନା ପୀଡ଼ିତାଙ୍କୁ ସାନ୍ତ୍ବନା ଦେଇଛି କିନ୍ତୁ କଡା କାର୍ଯ୍ୟାନୁଷ୍ଠାନ ହେଲେ ହିଁ ପୋଲିସ ଉପରେ ପୁଣିଥରେ ଭରସା ଫେରିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe