କନକ ବ୍ୟୁରୋ: ସାର ବଣ୍ଟନକୁ ନେଇ ଚାରିଆଡେ ଅସନ୍ତୋଷ ବ୍ୟାପିଛି । ସ୍ଥାନୀୟ ପ୍ୟାକ୍ସ ସାର ବାଣ୍ଟୁନଥିବା ଅଭିଯୋଗ  ଆସୁଛି । ଏହାରି ଭିତରେ ଆକ୍ସନରେ ସରକାର ।  ସାର ବଣ୍ଟନ ସମସ୍ୟାକୁ ନେଇ ସମବାୟ ବିଭାଗ କଡା ନିର୍ଦ୍ଦେଶ ଦେଇଛି । ସମସ୍ତ ପ୍ୟାକ୍ସ ନିଜର ଲାଇସେନ୍ସ ନବୀକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ସାର ବଣ୍ଟନକୁ ପ୍ରାଥମିକତା ଦେଇ ସାର ବଣ୍ଟନକୁ ଗୁରୁତ୍ୱ ଦେଉ ପାକ୍ସ । ସାର ବଣ୍ଟନରେ ସାମିଲ ନହେଲେ ଧାନ କିଣିପାରିବେନି ପାକ୍ସ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଆଗକୁ ପ୍ରତି ବର୍ଷ ଏପ୍ରିଲ ମାସରୁ ସାର ବଣ୍ଟନ ନେଇ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ । ଗୋଦାମ ଏବଂ ଭାଲିଡ ଲାଇସେନ୍ସ ଅଭାବରୁ ଏମିତି ନିଅଣ୍ଟ ସାର ବଣ୍ଟନ ପ୍ରଭାବିତ ହୋଇଥିବା ବୈଠକରୁ ଜଣାପଡିବା ପରେ ଏମିତି ନିର୍ଦ୍ଦେଶ ଦେଇଛି ସମବାୟ ବିଭାଗ । ଏନେଇ ସମସ୍ତ ଡିଆରସିଏସଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସମବାୟ ବିଭାଗର ରେଜିଷ୍ଟାର। ଏହା ସହ ଏବେ ଗ୍ରାଉଣ୍ଡରେ ଥିବା ସମସ୍ୟା ଏବଂ ସାର ବଣ୍ଟନ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହଜୁଦ ଥିବା ସାର ୭ ଦିନ ଭିତରେ ବାଣ୍ଟିବାକୁ ନିର୍ଦ୍ଦେଶ ହୋଇଛି । ଖରାପ ମେସିନ ଗୁଡିକୁ ଚଳିତ ସପ୍ତାହ ଭିତରେ ବଦଳାଇବାକୁ ନିର୍ଦ୍ଦେଶ । ଫିଲ୍ଡ ଲେବୁଲରେ ଥିବା କର୍ମଚାରୀଙ୍କ ସହ ସମନ୍ୱୟ ରଖିବାକୁ ଗୁରୁତ୍ୱ । ପାକ୍ସ ଆଉ ମାର୍କପେଡରୁ ଷ୍ଟକ କ୍ଲିୟର ହେଉନଥିବାରୁ ସାର କମ୍ପାନି ସାର ପଠାଇପାରୁନାହାନ୍ତି । ୫ରୁ ୧୦ ଦିନ ଭିତରେ ଉପକୂଳ ଓଡିଶାରେ ଥିବା ଅଭାବ ପୂରଣ କରାଯିବ ।  ଆସନ୍ତା ବର୍ଷ ସାର ବଣ୍ଟନ ପାଇଁ ଷ୍ଟ୍ରାଟେଜୀ ତିଆରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।