ଭୁବନେଶ୍ବର କିଟ ବିଶ୍ବବିଦ୍ୟାଳୟରେ ଛାତ୍ର ଆତ୍ମହତ୍ୟା ମାମଲାରେ ତମ୍ବିତୋଫାନ ହେବା ପରେ ଆକ୍ସନକୁ ଆସିଛନ୍ତି ସରକାର । ମାମଲାରେ ଗଠନ ହୋଇଥିବା କମିଟିର ବୈଠକ ବସିଛି । ମୋଡାଲିଟି ଫିକ୍ସି ହୋଇଛି । ନେପାଳ ସରକାରଙ୍କ ୨ଜଣ ପ୍ରତିନିଧି ଓଡିଶା ଆସିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ, ଗୃହ ସଚିବ, ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସହ ନେପାଳ ପ୍ରତିନିଧି ଆଲୋଚନା କରିଛନ୍ତି । ତଦନ୍ତ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ ଟିମ ବି କିଟ ଗସ୍ତ କରି ତନାଘନା କରିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ନେପାଳରୁ ଆସିବାକୁ ଥିବା ଛାତ୍ରଛାତ୍ରୀ ଯେଭଳି ନିର୍ୟାତନାର ଶିକାର ନହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦିଆଯିବ । ସରକାରଙ୍କ ସହ ସିଧାସଳଖ ସମ୍ପର୍କ କରିବାକୁ ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଡେସ୍କ ଖୋଲିବେ ସରକାର । 

Advertisment

କିଟ୍ ବିରୋଧରେ ଗର୍ଜିଲେ ଛାତ୍ର ସଂଗଠନ 
ଛାତ୍ରୀ ଆତ୍ମହତ୍ୟା ମାମଲାରେ କିଟ୍ ବିରୋଧରେ ରାଜରସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ଛାତ୍ରସଙ୍ଗଠନ ।   ଛାତ୍ରସଙ୍ଗଠନ ଏଇଆଇଏସଏଫ ପକ୍ଷରୁ ବିଶ୍ବବିଦ୍ୟାଳୟ ଗେଟ୍ ସମ୍ମୁଖରେ  ଧାରଣା ଦିଆଯାଇଥିଲା ।  ମାଷ୍ଟରକ୍ୟାଂଟନରେ ଏବିଭିପି ପକ୍ଷରୁ ବିରୋଧ ପ୍ରଦର୍ଶନ ହୋଇଛି । ୫ଜଣଙ୍କୁ ଗିରଫ କରାଯାଇଥିଲେ ବି ସେମାନଙ୍କୁ ୮ ଘଂଟା ଭିତରେ ଜାମିନ କେମିତି ମିଳିଲା ବୋଲି ପ୍ରଶ୍ନ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଯୁବ କଂଗ୍ରେସ ପ୍ରେସମିଟ୍ କରି କିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । 

କିଟ୍ ହଷ୍ଟେଲରେ ଛାତ୍ରୀ ମୃତ୍ୟୁ ମାମଲାକୁ ଗୁରୁତର ସହ ନେଇ ନେପାଳ କାଉନସେଲରଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ଶିକ୍ଷାନୁଷ୍ଠାନକୁ ଫେରିଆସିବାକୁ ଛାତ୍ରଛାତ୍ରୀଙ୍କୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।