କନକବ୍ୟୁରୋ : ଭୁବନେଶ୍ୱର କଳ୍ପନା ଛକସ୍ଥିତ ବିଜେଇଏମ ସ୍କୁଲରେ ବାର୍ଷିକ ଫି' ୨୦ ପ୍ରତିଶତ ବୃଦ୍ଧିକୁ ବିରୋଧ । ଏନେଇ ଅଭିଭାବକମାନେ ଆଜି ସ୍କୁଲ ଆଗରେ ଧାରଣା ଦେଇଥିଲେ । ଫି' ବୃଦ୍ଧି ସତ୍ତ୍ୱେ ପିଲାଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ । ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଅଭିଭାବକଙ୍କ ଆଲୋଚନା ପରେ ବି ସମାଧାନର ବାଟ ବାହାରିପାରିନାହିଁ। ସ୍କୁଲ ୨୦ପ୍ରତିଶତ ଫି ବୃର୍ଦ୍ଧିକୁ ଖଣ୍ତନ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ।.. ..
ଭୁବନେଶ୍ୱର କଳ୍ପନା ଛକସ୍ଥିତ ବିଜେଇଏମ ସ୍କୁଲ ଆଗରେ ପ୍ଲାକାର୍ଡ ଧରି ଅଭିଭାବକଙ୍କ ଧାରଣା ଓ ନାରାବାଜି । ସେମାନେ ଫି' ବୃଦ୍ଧିକୁ ବିରୋଧ କରିଛନ୍ତି। ସ୍କୁଲ କ୍ଷତିରେ ଚାଲୁଥିବା ଦର୍ଶାଇ ୨୦ % ଫି' ବୃଦ୍ଧି କରାଯାଇଛି । କିନ୍ତୁ ସେହି ଅନୁସାରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉନାହିଁ ।
ଭଲ ପାଠପଢ଼ା ହେଉ ନଥିବା ବେଳେ ଖରାଦିନେ ଫ୍ୟାନ ଚାଲୁନି। ଏହାକୁ ବିରୋଧ କରି ସ୍କୁଲ୍ ଆଗରେ ଅଭିଭାବକ ଧାରଣା ଦେଇଥିଲେ। ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ୬ ଜଣିଆ ଅଭିଭାବକ ପ୍ରତିନିଧି ଦଳ ସ୍କୁଲ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଶିକ୍ଷା ଅଧିକାର ଆଇନ ଅନୁସାରେ ମିଳିବାକୁ ଥିବା ୧ କୋଟି ଟଙ୍କା ସରକାରଙ୍କ ଉପରେ ବକେୟା ଅଛି ।
ତେଣୁ କ୍ଷତି ଭରଣା ପାଇଁ ଫି' ବଢ଼ା ଯାଇଥିବା ସ୍କୁଲ କର୍ତ୍ତୃପକ୍ଷ କହିବାରୁ ଆଲୋଚନା ବିଫଳ ହୋଇଥିଲା। ଏନେଇ ସ୍କୁଲ କର୍ତ୍ତୃପକ୍ଷ ୨୦ପ୍ରତିଶତ ଫି ବୃର୍ଦ୍ଦିକୁ ଖଣ୍ତନ କରିଛନ୍ତି। ହାଇକୋର୍ଟଙ୍କ ଅର୍ଡର ଅନୁସାରେ ୧୫ ପ୍ରତିଶତ ମଧ୍ୟରେ ହିଁ ଫି ବୃର୍ଦ୍ଦି କରାଯାଉଛି ।
ସ୍କୁଲର ରକ୍ଷଣାବେକ୍ଷଣା ଓ ଛାତ୍ରଛାତ୍ରୀଙ୍କ ଉନ୍ନତ ମାନର ଶିକ୍ଷା ଦାନ ପାଇ ଫି ବୃର୍ଦ୍ଦି କରାଯାଉଥିବା କହିଛନ୍ତି ପ୍ରିନସିପାଲ୍ । ଆସନ୍ତାକାଲି ଅଭିଭାବକମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଅଭିଯୋଗ କରିବେ ବୋଲି କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି, କାହିଁକି ପିଲା ଓ ଅଭିଭାବକଙ୍କୁ ଶୋଷଣ କରାଯାଉଛି? ସ୍କୁ୍ଲ୍ ଫି’ ନେଇ ହାଇକୋର୍ଟଙ୍କ କଟକଣା ଏଠାରେ ପାଳନ କରାଯାଉନାହିଁ କାହିଁକି ?