କନକ ବ୍ୟୁରୋ: ବଜାରରେ ଆଳୁ ସଙ୍କଟ । ପଶ୍ଚିମବଙ୍ଗ ଆଳୁ ଦେବାକୁ ମନା କରିବା ପରେ ୟୁପିରୁ ଆଜି ସକାଳୁ ଭୁବନେଶ୍ୱର ଓ କଟକରେ ପହଞ୍ଚିଛି ଆଳୁ । ଆଉ ଏହାପରେ ଆଳୁ ଦର କମିବ ବୋଲି ସରକାର ଦମ୍ଭ ଦେଖାଇଛନ୍ତି । ସେପଟେ ଦର ନିୟନ୍ତ୍ରଣ ପାଇଁ କଟକ ଓ ଭୁବନେଶ୍ୱରରେ ଅଚାନକ ଚଢାଉ କରିଛି ଯୋଗାଣ ବିଭାଗ । ତେବେ ଆଳୁକୁ କେତେ ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ, ଏହାକୁ ନେଇ ବେପାରୀଙ୍କୁ ତାଗିଦ କରାଯାଇଛି । ସଠିକ ଦରରେ ଆଳୁ ବିକ୍ରି ନକଲେ ଦୋକାନ ସିଲ୍ କରିବାକୁ ଚେତାବନୀ ବି ଦିଆଯାଇଛି।
- ରପ୍ତାନୀ ବନ୍ଦ ପାଇଁ ବଙ୍ଗରେ ପଚିଲାଣି ଆଳୁ
- ତାତିଲେ ଚାଷୀ, ଆଜି ରାତିରୁ ଆନ୍ଦୋଳନ!
ଓଡିଶାକୁ ଆଳୁ ଦେବାକୁ ମମତା ବାନାର୍ଜୀ ମନା କରିଦେବା ପରେ ପଶ୍ଚିବଙ୍ଗରେ ହଜାର ହଜାର କ୍ୱିଣ୍ଟାଲ ଆଳୁ ପଚିଲାଣି । ଫଳରେ ଚାଷୀ କ୍ଷତି ସହୁଛନ୍ତି । ଓଡ଼ିଶା ସେମାନଙ୍କ ପାଇଁ ସବୁଠାରୁ ବଡ଼ ବଜାର ହୋଇଥିବାରୁ ଏବେ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ରାଜନୀତି ଭିତରେ ସେମାନେ ବଳି ପଡ଼ୁଥିବା ନେଇ ଆଣିଛନ୍ତି ଅଭିଯୋଗ। ପ୍ରତିବାଦରେ ଧାରଣାରେ ବସିବାକୁ ସ୍ଥିର କରିଛନ୍ତି ପଶ୍ଚିମବଙ୍ଗର ୬୨ହଜାର ଚାଷୀ ଓ ୪୬୦ କୋଲ୍ଡ ଷ୍ଟୋରେଜର ମାଲିକ ଓ କର୍ମଚାରୀ।
- ଆଳୁ ପାଇଁ ବିଧାନସଭା ହୁଲୁସ୍କୁଲୁ
- ସରକାରଙ୍କୁ ଘେରିଲେ ବିରୋଧୀ
ଆଳୁକୁ ନେଇ ସାରା ରାଜ୍ୟ ଘାଣ୍ଟି ହେଉଛି । ସେପଟେ ବିଧାନସଭା ଶୂନ୍ୟକାଳରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ହାଲୁକା ମନ୍ତବ୍ୟ ଦେଉଥିବା ଅଭିଯୋଗ କରିଛନ୍ତି ବିଜେଡି ଓ କଂଗ୍ରେସ । ଆଳୁ ସଙ୍କଟ ପାଇଁ ତତ୍କାଳୀନ ସରକାରଙ୍କୁ ଦାୟୀ କରିଛି ବିଜେପି । ତେବେ ଉତ୍ତରପ୍ରଦେଶରୁ ୩ ଶହ ଟ୍ରକ ଓଡିଶା ଆସିବ । କିନ୍ତୁ ପଶ୍ଚିମବଙ୍ଗ ଆଳୁ ଅପେକ୍ଷା ୟୁପି ଆଳୁରେ ପାଇକାରୀ ଦର ଅଧିକ ପଡୁଛି । ଏହାଛଡା ୟୁପି ଆଳୁର ୫୦ କେଜିରେ ୧୦ କେଜି ଆଳୁ ପଚା ବାହାରୁଥିବାରୁ ଗ୍ରାହକ ଏହାକୁ କେତେ ପସନ୍ଦ କରିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।