କନକ ବ୍ୟୁରୋ : ଦିଲ୍ଲୀରେ ଆଉ ରହି ହେଉନି । ଉଦବେଗଜନକ ସ୍ଥିତିରେ ଏଠାକାର ବାୟୁ ପ୍ରଦୂଷଣ । ଏକ୍ୟୁଆଇ ୫ଶହ ପାଖାପାଖି ପହଁଚିବା ପରେ ରାଜଧାନୀରେ ଲାଗୁ ହୋଇଛି ଗ୍ରାଫ ଫୋର କଟକଣା । ଏଭଳି ସ୍ଥିତିରେ ଆମ ଆଦମୀ ପାର୍ଟି ସରକାର ୫୦ ପ୍ରତିଶତ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ସରକାର କହିଛନ୍ତି ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କଲେ କିଛି ମାତ୍ରାରେ ପ୍ରଦୂଷଣକୁ ରୋକାଯାଇପାରେ। ଏହାକୁ କିଭଳି କାର୍ଯ୍ୟ କାରି କରାଯିବ ସେନନେଇ ଅପରାହ୍ନରେ ବସିବାକୁ ଥିବା ବୈଠକରେ ନିଷ୍ପତ୍ତି ନିଆଯିବ । ଏନେଇ ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିବା ସହ କିଛି ସମୟ ପରେ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୁତ ସୂଚନା ଦେବେ ବୁଧବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ପାଖାପାଖ ୫୦୦ ଛୁଇଁଛି। ବାୟୁ ପ୍ରଦୂଷଣ ମଧ୍ୟରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନା ମଙ୍ଗଳବାର ଦିନ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିର୍ଦେଶ ଦେଇଛନ୍ତି । ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟ ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଦିଲ୍ଲୀ ସଂଶୋଧିତ କାର୍ଯ୍ୟସୂଚୀ ଅନୁସରଣ କରିବେ । ମଙ୍ଗଳବାର ଦିନ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କେନ୍ଦ୍ରକୁ ଚିଠି ଲେଖି ସହରରେ କୃତ୍ରିମ ବର୍ଷା ପାଇଁ ଅନୁମତି ମାଗିଛନ୍ତି । ଆଇଆଇଟି କାନପୁର ଏବଂ କେନ୍ଦ୍ର ସରକାରୀ ଏଜେନ୍ସିର ବିଶେଷଜ୍ଞଙ୍କ ସହ ଏକ ବୈଠକ କରିବାକୁ ସେ କେନ୍ଦ୍ରକୁ ଅପିଲ କରିଛନ୍ତି ।
ବଢ଼ୁଛି ପ୍ରଦୂଷଣ, ବଢ଼ୁଛି କଟକଣା
୫୦ ପ୍ରତିଶତ ସରକାରୀ ୱାର୍କଫ୍ରମ ହୋମ କରିବେ
୭ଦିନ ପର୍ୟ୍ୟନ୍ତ ନିର୍ଦ୍ଦେଶ ବଳବତ୍ତର ରହିବ
ପୂର୍ବରୁ ୫୦% ଘରୋଇ କର୍ମଚାରୀ ୱାର୍କଫ୍ରମହୋମ କରୁଛନ୍ତି
ପ୍ରଥମରୁ ଦଶମ ଶ୍ରେଣୀରେ ଅନଲାଇନ ପାଠପଢ଼ା
ଏକ୍ୟୁଆଇ ୪୫୦ ଛୁଇଁବା ପରେ ଗ୍ରାଫ ଫୋର କଟକଣା ଲାଗୁ
ପ୍ରଦୂଷଣକୁ ରୋକିବାକୁ ସରକାର କୁତ୍ରିମ ବର୍ଷା ପାଇଁ ବିଚାର କରୁଛନ୍ତି
ଦିଲ୍ଲୀରେ ବଢ଼ୁଛି ପ୍ରଦୂଷଣ, ବଢ଼ୁଛି କଟକଣା ;୫୦ ପ୍ରତିଶତ ସରକାରୀ କର୍ମଚାରୀ କରିବେ ୱାର୍କଫ୍ରମ ହୋମ
ଦିଲ୍ଲୀରେ ଆଉ ରହି ହେଉନି । ଉଦବେଗଜନକ ସ୍ଥିତିରେ ଏଠାକାର ବାୟୁ ପ୍ରଦୂଷଣ । ଏକ୍ୟୁଆଇ ୫ଶହ ପାଖାପାଖି ପହଁଚିବା ପରେ ରାଜଧାନୀରେ ଲାଗୁ ହୋଇଛି ଗ୍ରାଫ ଫୋର କଟକଣା ।