କନକ ବ୍ୟୁରୋ : ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ପରେ ସରକାରଙ୍କୁ ଲଭର୍ସ ପଏଣ୍ଟ ସୁରକ୍ଷା ଚିନ୍ତା । ରାଜ୍ୟରେ ଥିବା ସବୁ ଲଭର୍ସ ପଏଣ୍ଟକୁ ସୁରକ୍ଷା ଯୋଗାଇଦେବା ଲାଗି ବସିଲାଣି ଦୁଇ ଦୁଇ ଥର ବୈଠକ । ଆଜି ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ପର୍ଯ୍ୟଟନ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଛନ୍ତି, ଗୋପାଳପୁର ଘଟଣା ପରେ ପ୍ରଥମ ଥର ଲାଗି ରାତିକ ଭିତରେ ସବୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଟିଆଇ ପ୍ୟାରେଡ କରାଯାଇଛି । ଆଇନ ତା କାମ କରୁଛି । ଯେତେ ପର୍ଯ୍ୟଟନସ୍ଥଳୀ ଅଛି, ଯେଉଁଠି ସବୁ ଲଭର୍ସ ପଏଣ୍ଟ ଅଛି । ତାହାର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ସେଥିପାଇଁ ଦୁଇଥର ବୈଠକ ମଧ୍ୟ ବସିଥିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।