କନକ ବ୍ୟୁରୋ : ଲୋକଙ୍କ ସୁବିଧା ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ମୌଳିକ ସୁବିଧା ଠାରୁ ଆରମ୍ଭ କରି ଗାଁ ଓ ସହରକୁ ସଂଯୋଗୀକରଣ ପାଇଁ ମଧ୍ୟ ସରକାର ବେଶ୍ ତତ୍ପର । ହେଲେ ଏହାରି ଭିତରେ ଅନେକ ଗାଁ ରହିଛି ଯେଉଁଠି ସରକାରଙ୍କର ଦୂର ଦୃଷ୍ଟି ପଡ଼ିପାରିନାହିଁ । ଗାଁକୁ ଯିବାକୁ ହେଲେ ଯମ ଯନ୍ତ୍ରଣା ଭୋଗୁଛନ୍ତି ଲୋକ ।
ଯେଉଁ ରାସ୍ତା ଦେଇ ଚାଲିକି ଯିବା ସମ୍ଭବ ନୁହେଁ, ତା’ ଭରସାରେ ପୂରା ଗାଁ । କରିବେ ବା କ’ଣ, ଏହାଛଡ଼ା ବିକଳ୍ପ ନାହିଁ । ଖାଲଖମା ଭର୍ତ୍ତି କଚ୍ଚା ରାସ୍ତା । ଯିଏ ଗଲା ସିଏ ଫସିଲା । ଧକ୍କା ମାରିଲେ ଗଡ଼ୁଛି ଗାଡ଼ି । ୫ରୁ ୬ କିଲୋମିଟର ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଜମନକିରା ବ୍ଲକ ଚକୁଳିଆବାହାଲ ପଞ୍ଚାୟତ ମରାଲମାଲବାସୀ ।
ମରାଲମାଲ ଗାଁରେ ପ୍ରାୟ ୪୦ ରୁ ୫୦ ପରିବାର ବସବାସ କରନ୍ତି । ବ୍ୟବସାୟ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷା ସବୁ ପାଇଁ ଏଇ ରାସ୍ତା ହିଁ ଭରସା । ତେଣୁ ପକ୍କା ରାସ୍ତାଟିଏ କରିବାକୁ ବାରମ୍ବାର ଦାବି ହୋଇଛି । ହେଲେ ଦୁର୍ଭାଗ୍ୟ ଆଜି ଯାଏଁ ପ୍ରଶାସନର ନଜର ପଡ଼ୁନି ।
ନିର୍ବାଚନ ସମୟରେ ନେତାଏ ଆସନ୍ତି, ପ୍ରତିଶ୍ରୁତିର ପାହାଡ଼ ଉପରେ ଲୋକଙ୍କୁ ଠିଆ କରିଦିଅନ୍ତି । ଆଉ ଭୋଟ ସରିଲେ, ଭୁଲିଯାଆନ୍ତି ଗାଁକୁ, ଭୁଲି ଯାଆନ୍ତି ରାସ୍ତାକୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/10/village-roads-2025-09-10-18-26-13.jpg)