କନକ ବ୍ୟୁରୋ : ଆଉ ମାତ୍ର ଦିନ କେଇଟା ପରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ପରୀକ୍ଷା ପାଖେଇ ଆସୁଥିବା ଦଶମ ଶ୍ରେଣୀ ପିଲା ବି ଆଉ ସ୍କୁଲ ଯାଉନାହାନ୍ତି। କିନ୍ତୁ ବିଡମ୍ବନାର ବିଷୟ ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ମିଳିନି । ଏନେଇ ଖବର ପ୍ରସାରଣ ପରେ ଶିକ୍ଷା ବିଭାଗର ଅଜବ ନିର୍ଦ୍ଦେଶ ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଶ୍ରେଣୀଗୃହ ପାଠ ପଢ଼ା ସରିଗଲାଣି। ଦଶମ ପିଲା ଆଉ ସ୍କୁଲ ଆସୁନାହାନ୍ତି। ଆସନ୍ତା ୧୯ ତାରିଖରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଅନ୍ୟ ଶ୍ରେଣୀମାନଙ୍କର ବାର୍ଷିକ ପରୀକ୍ଷା ମାର୍ଚ୍ଚ ପ୍ରଥମ ସପ୍ତାହରେ। କିନ୍ତୁ ବିଡମ୍ବନାର ବିଷୟ ପାଠ ପଢ଼ା ସରିଗଲା ପଛେ ଡ୍ରେସ ମିଳିଲାନି। କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଆମେ ପଦାକୁ ଆଣିବା ପରେ ଏବେ ନିଦ ଭାଂଗିଛି। ଫେବ୍ରୁଆରି ୧୦ ସୁଦ୍ଧା ପୋଷାକ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ। ଯାହାକୁ ନେଇ ଛାତ୍ରଛାତ୍ରୀ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବେ କାହିଁକି ପୋଷାକ ନେବୁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ।
ଅଧିକ ପଢ଼ନ୍ତୁ : ଅଙ୍ଗନବାଡ଼ି ପୋଷାକ ବଣ୍ଟନରେ ଦୁର୍ନୀତିର ଗନ୍ଧ ! ପିଲାଙ୍କୁ ଦିଆଯାଉଛି ନିମ୍ନମାନର ପୋଷାକ !
କେନ୍ଦ୍ରାପଡ଼ା ଜିଲ୍ଲାରେ ୭୫ ପ୍ରତିଶତ, କେନ୍ଦ୍ରାପଡ଼ା ବ୍ଲକ ଓ ପୌରାଞ୍ଚଳରେ ଜମାରୁ ଡ୍ରେସ ବଣ୍ଟନ ହୋଇନି। ଏହାକୁ ନେଇ ଅଭିଭକ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ପୋଷାକ ବଣ୍ଟନ ବିଳମ୍ବ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି ରାଜନଗର ବିଧାୟକ। ଡିଲ୍ ଯୋଗୁଁ ୟୁନିଫର୍ମ ବଣ୍ଟନ ବିଳମ୍ବ ହୋଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ସମୟ ଗଡି ଯାଇଥିବାରୁ ପୋଷାକ ବଦଳରେ ପିଲାଙ୍କୁ ଅର୍ଥ ଦେବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ। ପ୍ରଶ୍ନ ଉଠୁଛି, ଏତେ ବଡ଼ ଅବ୍ୟବସ୍ଥା ପାଇଁ କାହିଁକି ଦାୟୀ ହେବେନି ଜିଲ୍ଲା ଶିକ୍ଷାଧିକାରୀ? କେବେ କାର୍ଯ୍ୟାନୁଷ୍ଠାନ ନେବେ ସରକାର?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/03/42a-2026-02-03-20-52-02.jpg)