ସରକାରୀ ବସ ଓ ପିକଅପ ଭ୍ୟାନ ମୁହାଁମୁହିଁ, ଦୁର୍ଘଟଣାରେ ଚାଲିଗଲା ଅଙ୍ଗନୱାଡି କର୍ମୀଙ୍କ ଜୀବନ..

Advertisment

ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଉଷାବାଲି ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ ।

ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଉଷାବାଲି ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ ।

ଦୁର୍ଘଟଣାରେ ଅଙ୍ଗନବାଡ଼ି କର୍ମୀ ମୃତ

ଦୁର୍ଘଟଣାରେ ଅଙ୍ଗନବାଡ଼ି କର୍ମୀ ମୃତ Photograph: (kanak news)

କନକ ବ୍ୟୁରୋ : ସରକାରୀ ବସ ଓ ପିକଅପ ଭ୍ୟାନ ମୁହାଁମୁହିଁ । ଦୁର୍ଘଟଣାରେ ଚାଲିଗଲା ଅଙ୍ଗନୱାଡି କର୍ମୀଙ୍କ ଜୀବନ। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଉଷାବାଲି ଅଙ୍ଗନୱାଡି କର୍ମୀ ସ୍ନେହଲତା ମଝିଆଁସେଠ୍‌ଙ୍କ ମୃତ୍ୟୁ ହୋଇଛି । ସ୍ନେହଲତା କୌଣସି କାମରେ ତୁମୁଡିବନ୍ଧ ବଜାରକୁ ଯିବା ପାଇଁ ଉଷାବାଲି ଛକରେ ବସ ପାଇଁ ଅପେକ୍ଷା କରିଥିଲେ ।

ଏହି ସମୟରେ ସରକାରୀ ବସ ଓ ପିକ୍‌ଅପ୍‌ ଭ୍ୟାନ୍‌ ମୁହାଁମୁହିଁ ହୋଇଥିଲା । ଆଉ ସେଠାରେ ଛିଡା ହୋଇଥିବା ସ୍ନେହଲତା ବି ଦୁର୍ଘଟଣାର ଶିକାର ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ତୁମୁଡ଼ିବନ୍ଧରେ ୫୯ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe