କନକ ବ୍ୟୁରୋ : ସରକାରୀ ବସ ଓ ପିକଅପ ଭ୍ୟାନ ମୁହାଁମୁହିଁ । ଦୁର୍ଘଟଣାରେ ଚାଲିଗଲା ଅଙ୍ଗନୱାଡି କର୍ମୀଙ୍କ ଜୀବନ। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଉଷାବାଲି ଅଙ୍ଗନୱାଡି କର୍ମୀ ସ୍ନେହଲତା ମଝିଆଁସେଠ୍ଙ୍କ ମୃତ୍ୟୁ ହୋଇଛି । ସ୍ନେହଲତା କୌଣସି କାମରେ ତୁମୁଡିବନ୍ଧ ବଜାରକୁ ଯିବା ପାଇଁ ଉଷାବାଲି ଛକରେ ବସ ପାଇଁ ଅପେକ୍ଷା କରିଥିଲେ ।
ଏହି ସମୟରେ ସରକାରୀ ବସ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ହୋଇଥିଲା । ଆଉ ସେଠାରେ ଛିଡା ହୋଇଥିବା ସ୍ନେହଲତା ବି ଦୁର୍ଘଟଣାର ଶିକାର ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ତୁମୁଡ଼ିବନ୍ଧରେ ୫୯ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/03/01/d1ExqUE0ej7ydEnLWnpU.jpg)