କନକବ୍ୟୁରୋ : ସୁଭଦ୍ରା ଯୋଜନା ପରେ ମହିଳାମାନଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି ସରକାର , ଏବେ ସୁଭଦ୍ରା ଯୋଜନା ପରେ ମହିଳା ମାନଙ୍କ ପାଇଁ ସରକାର ଆଣିଛନ୍ତି ସୁଭଦ୍ରା ଶକ୍ତି ମେଳା ,  ଏହି ମେଳା ରେ ମିଶନ ଶକ୍ତି ମାଆ ମାନେ ଯୋଗ ଦେବେ , ବର୍ତ୍ତମାନ ସୁଦ୍ଧା ଏହି ମେଳାର ନାମ ସୁଭଦ୍ରା ଶକ୍ତି ମେଳା ରଖାଯାଇଛି ଏହି ମେଳାରେ ମିଶନ ଶକ୍ତିର ନାମ ପରିବର୍ତ୍ତନ କରାଯାଇନି , ଆସନ୍ତାକାଲି ଠୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା ୨୦୨୫  ।

Advertisment

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସ୍ଵୟଂ ସହାୟିକା ମହିଳା ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ମାନଙ୍କ ଦ୍ଵାରା ପ୍ରଦତ୍ତ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ର ହେବ । ମାର୍ଚ୍ଚ ୨ ଯାଏଁ ନଅ ଦିନ ଧରି ଚାଲିବ ଏହି ପ୍ରଦର୍ଶନୀ। ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋଇ ଆବଶ୍ୟକୀୟ ସାମଗ୍ରୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ବିକ୍ରୀ ହେବ  ।  ମିଲେଟ୍ ଭିତ୍ତିକ ଖାଦ୍ୟ ସହ ମହିଳାଙ୍କ ହାତ ତିଆରି ଖାଦ୍ୟ ପଦାର୍ଥ ଖାଇବାକୁ ମିଳିବ  ।  ଏହା ସହ ରାଜ୍ୟବ୍ୟାପୀ ଅଂଶଗ୍ରହଣ ଓ ସମସ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ଆଞ୍ଚଳିକ ମେଳା ଆୟୋଜନ ହେବ ।

ଏଥିସହ ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ସୁଭଦ୍ରା ଶକ୍ତି ମେଳା ୨୦୨୫। ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଏଭଳି ଏକ ମେଳା ନୂଆ ସରକାରଙ୍କ ଦ୍ଵାରା ଆୟୋଜିତ ହେବ। ଏହି ମେଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀଙ୍କ ଅଂଶଗ୍ରହଣ କରିବା ସହ ପ୍ରାୟ ୩୦୦ ରୁ ଅଧିକ ଷ୍ଟଲ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ପ୍ରଦର୍ଶନୀ ହେବା ସହିତ ବିକ୍ରି ହେବ। ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ନଅ ଦିନିଆ ଭବ୍ୟ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଏବଂ ଅର୍ଗାନିକ୍ ଉତ୍ପାଦ ପ୍ରଦର୍ଶିତ ହେବ,

ଯାହା ଦର୍ଶକମାନଙ୍କୁ ମିଶନ ଶକ୍ତି ମହିଳାମାନଙ୍କର ସୃଜନଶୀଳତା, ଦକ୍ଷତା ଏବଂ ଉଦ୍ୟୋଗିତା ଦେଖୁବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡା।  ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋଇ ଆବଶ୍ୟକୀୟ ସାମଗ୍ରୀଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଏବଂ ୱେଲନେସ୍ ଉତ୍ପାଦ, ଜୈବିକ ଖାଦ୍ୟ ସାମଗ୍ରୀ, ମସଲା, ମିଷ୍ଟାନ୍ନ ଏବଂ ମିଲେଟ୍-ଭିଭିକ ବ୍ୟଞ୍ଜନ ପର୍ଯ୍ୟନ୍ତ, ଉଚ୍ଚ ଗୁଣବତ୍ତା ଏବଂ ଦୀର୍ଘସ୍ଥାୟୀ ଉତ୍ପାଦଗୁଡ଼ିକ ପ୍ରଦର୍ଶିତ ହେବ।  ଏହି କାର୍ଯ୍ୟକ୍ରମ ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ କ୍ରେତା, ବ୍ୟବସାୟ ଏବଂ ବଜାର ସହିତ ସଂଯୋଗ କରିବ, ଯାହା ସେମାନଙ୍କର ବ୍ୟବସାୟ ସମ୍ପ୍ରସାରଣ କରିବା ସହ, ଆର୍ଥିକ ଅଭିବୃଦ୍ଧି ଏବଂ ନେଟୱାକିଂ ସୁଯୋଗ ପାଇଁ ଦ୍ବାର ଖୋଲିବ I

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏକ ସଙ୍ଗେ ଚାରି ଗୋଟି ସ୍ଥାନରେ ଆଞ୍ଚଳିକ ମେଳା ମଧ୍ଯ ଆୟୋଜିତ ହେବ ଯଥା ପୁରୀ,ମାଲକାନଗିରି,ସମ୍ୱଲପୁର ଏବଂ ବଲାଙ୍ଗିର । ସୁଭଦ୍ରା ଶକ୍ତି ମେଳା ୨୦୨୫ ମହିଳା ସଶକ୍ତିକରଣ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରତି ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ଅଟେ । ଜନତା ମୈଦାନରେ ଲାଗିବାକୁ ଥିବା ଏହି  ମେଳାରେ ସୁଭଦ୍ରା ଯୋଜନାରେ ଅର୍ଥ ପାଇ ବ୍ୟବସାୟ ଆରମ୍ଭ କରିଥିବା କିଛି ମହିଳାଙ୍କ ପାଇଁ ସ୍ପେଶାଲ ଷ୍ଟଲ  ମଧ୍ୟ ଲାଗିବ ବୋଲି କହିଛନ୍ତି ମନ୍ତ୍ରୀ। 

ନିର୍ଦ୍ଦିଷ୍ଟ କିଛି ଲୋକଙ୍କ ହାତରେ ଅନେକଦିନ ଧରି କ୍ଷମତା ରହିଲେ ମହିଳା ଶଶକ୍ତିକରଣ ବାଧା ଉପୁଜିଥିଲା, ଏଣୁ ରିଷ୍ଟ୍ରକଚର୍ ଆବଶ୍ୟକତା ରହିଛି: ଉପମୂଖ୍ୟମନ୍ତ୍ରି ପ୍ରଭାତୀ ପରିଡ଼ା.....

SHG ରିଷ୍ଟ୍ରକ୍ଚର୍ ଏକ ପ୍ରକ୍ରିୟା। ପରିବର୍ତ୍ତନ ଗଣତନ୍ତ୍ରର ଆଧାର।  ଗଣତନ୍ତ୍ର ପଦ୍ଧତି କୁ ଶକ୍ତିଶାଳୀ କରିବାକୁ ସ୍ଵୟଂ ସହାୟିକା ଗୋଷ୍ଠୀରେ ରିଷ୍ଟକ୍ଚର୍ ର ଆବଶ୍ୟକତା ରହିଛି। ନିର୍ଦ୍ଦିଷ୍ଟ କିଛି ଲୋକଙ୍କ ହାତରେ ଅନେକ ଦିନ ଧରି କ୍ଷମତା ରହିଲେ ମହିଳା ଶସକ୍ତିକରଣ ପାଇଁ ଯେଉଁ ସ୍ବପ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଦେଖିଥିଲେ ସେଥିରେ ବାଧକ ତିଆରି ହୋଇଚି। ସମସ୍ତଙ୍କୁ ବାରି ବାରି କରି ଲିଡରଶିପ ତିଆରି କରିବା, ଅର୍ଥନୈତିକ ସ୍ବାବଲମ୍ବୀ କରିବାର ସୁଯୋଗ SHG ଜରିଆରେ ଦିଆଯିବ। ଏଣୁ ରିସ୍ତ୍ରକ୍ଚର୍ ଏକ ପ୍ରକ୍ରିୟା ଯାହା ଆଗକୁ ହେବ।