ଦଦରା ଘରେ ଜଳେଶ୍ୱରର ଅଭାବୀ ମଣିଷ ରାଜ କୁମାରଙ୍କ ପରିବାର । ଉଠିଲା ପ୍ରଶ୍ନ, କାହା ପାଇଁ ସରକାରୀ ଆବାସ

Advertisment

ପ୍ରକୃତରେ ସରକାରୀ ସହାୟତା କାହା ପାଇଁ? କେଉଁ ମାନ ଦଣ୍ଡରେ ପ୍ରଦାନ କରାଯାଉଛି ସରକାରୀ ସହାୟତା? ବାଲେଶ୍ବର ଭୋଗରାଇର ବ୍ଲକର ଏକ ଅଭାବୀ ପରିବାରର ଅବସ୍ଥା ଦେଖିବା ପରେ ଆପଣମାନେ ମଧ୍ୟ ଏଭଳି ପ୍ରଶ୍ନ କରିବେ । 

ପ୍ରକୃତରେ ସରକାରୀ ସହାୟତା କାହା ପାଇଁ? କେଉଁ ମାନ ଦଣ୍ଡରେ ପ୍ରଦାନ କରାଯାଉଛି ସରକାରୀ ସହାୟତା? ବାଲେଶ୍ବର ଭୋଗରାଇର ବ୍ଲକର ଏକ ଅଭାବୀ ପରିବାରର ଅବସ୍ଥା ଦେଖିବା ପରେ ଆପଣମାନେ ମଧ୍ୟ ଏଭଳି ପ୍ରଶ୍ନ କରିବେ । 

Ghara

କନକ ବ୍ୟୁରୋ : ପ୍ରକୃତରେ ସରକାରୀ ସହାୟତା କାହା ପାଇଁ? କେଉଁ ମାନ ଦଣ୍ଡରେ ପ୍ରଦାନ କରାଯାଉଛି ସରକାରୀ ସହାୟତା? ବାଲେଶ୍ବର ଭୋଗରାଇର ବ୍ଲକର ଏକ ଅଭାବୀ ପରିବାରର ଅବସ୍ଥା ଦେଖିବା ପରେ ଆପଣମାନେ ମଧ୍ୟ ଏଭଳି ପ୍ରଶ୍ନ କରିବେ । 

ଦୀର୍ଘ ୧୨ ବର୍ଷ ହେଲା ଭଙ୍ଗା ଦଦରା ଘରେ ଦିନ କାଟୁଛି ଦୁଃଖି ପରିବାର । ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିନାହିଁ । ଭୋଗରାଇ ବ୍ଲକ ନିମାତପୁର ଗ୍ରାମର ରାଜ କୁମାର ପରିଡ଼ା । ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ରାଜ କୁମାର ଏଇ ଘରେ ରହୁଛନ୍ତି । ଯେଉଁଠି କାନ୍ଥର ସ୍ଥାନ ନେଇଛି ଲୁଗା । ଛାତ ଦାୟିତ୍ୱ ମୁଣ୍ଡାଇଛି କଳା ପଲିଥିନ୍ । ଖରା, ବର୍ଷା, ଶୀତ ସବୁ ଏଇଠି ବିତୁଛି । କାରଣ ଅଭାବୀ ରାଜ କୁମାରଙ୍କ ଭାଗ୍ୟ ସରକାରୀ ଆବାସଟିଏ ଜୁଟି ନାହିଁ । 

ନିଜ ସ୍ୱଳ୍ପ ରୋଜଗାରରେ ପକ୍କା ଘରଟିଏ କରିବା ଦିବା ସ୍ୱପ୍ନ । ତେଣୁ ସରକାରୀ ଆବାସଟିଏ ପାଇଁ ସରପଞ୍ଚଙ୍କ ଠାରୁ ବ୍ଲକ କାର୍ଯ୍ୟାଳୟ ପାଖରେ ବାରମ୍ବାର ଗୁହାରି କରିଛନ୍ତି ରାଜ କୁମାର । ହେଲେ କେହି ତାଙ୍କ କଥା ଶୁଣିନାହାନ୍ତି କି କାହାରି ଆଖିକୁ ତାଙ୍କ ଦୁଃଖ ଦେଖାଯାଉନାହିଁ । ଏହି ପରିବାର ପ୍ରତି ସରକାରୀ ସହାୟତା ତ ନାହିଁ, କାହାରି ସହାନୁଭୂତି ବି ନାହିଁ । ସେପଟେ ଏହି ପରିବାରର ସମସ୍ୟା ବାବଦରେ ବିଡ଼ିଓଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନାହିଁ । ବାତ୍ୟା ଦାନାରେ ପିଲାଙ୍କୁ ପଡ଼ୋଶୀ ଘରକୁ ପଠାଇ ସେହି ଭଙ୍ଗା ଘରେ ରାତି କାଟିଥିଲେ ରାଜ କୁମାର ଓ ପତ୍ନୀ ମଧୁମିତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe