କନକ ବ୍ୟୁରୋ: ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ଆସିଛି ନୂଆ ତଥ୍ୟ ।  ପୀଡ଼ିତାଙ୍କ ଫୋନ୍‌ ପେ’ରୁ ହଜାରେ ଟଙ୍କା ଅଭିଯୁକ୍ତ ନେବା ପରେ କେମିତି ଖର୍ଚ୍ଚ କରିଥି‌ଲେ ତାହାର ପୂରା ତଥ୍ୟ ଲାଗିଛି କନକ ନ୍ୟୁଜ୍‌ ହାତରେ । ଅଭିଯୁକ୍ତମାନେ ଜୋର କରି ପୀଡ଼ିତାଙ୍କ ଫୋନର ପାସୱାର୍ଡ ନେବାପରେ ଫୋନ୍‌ ପେ’ ଖୋଲିଥିଲେ  । ପରେ ଜଣେ ନାବାଳକ ଅଭିଯୁକ୍ତ ନିଜ ସାଙ୍ଗ ଫୋନ୍‌ ପେ’ରେ ପୀଡ଼ିତାଙ୍କ ଫୋନ୍‌ ପେ’ରୁ ହଜାରେ ଟଙ୍କା ପଠାଇଥିଲେ । ପୀଡ଼ିତାଙ୍କ ଆକାଉଣ୍ଟ‌ରେ ଅଧିକ ଟଙ୍କା ନଥିବାରୁ ସେମାନେ ତାଙ୍କୁ ଛାଡ଼ି ଦେଇଥିଲେ । ତେବେ ପୀଡ଼ିତାଙ୍କ ଆକାଉଣ୍ଟରୁ ଜ୍ଞାନରଞ୍ଜନ ଜେନା ନାମକ ଜଣେ ଯୁବକଙ୍କ ଆକାଉଣ୍ଟକୁ ଯାଇଥିଲା ସେହି ହଜାରେ ଟଙ୍କା । କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଜ୍ଞାନ ସବୁ ସତ କଥା ମାନିଯାଇଥିବା ଜଣାପଡ଼ିଛି ।

Advertisment