କନକ ବ୍ୟୁରୋ : ଗୋପାଳପୁର ବେଳାଭୂମି ଗଣ ଦୁଷ୍କର୍ମ ମାମଲା । ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚର ଛାନଭିନ । ସେଦିନର ଘଟଣା ପାଇଁ ସାକ୍ଷୀ ସଂଗ୍ରହ କରୁଛି ତଦନ୍ତକାରୀ ସଂସ୍ଥା । ସେପଟେ ୧୦ ଅଭିଯୁକ୍ତଙ୍କ ଡିଏନଏ ସାମ୍ପୁଲ ନେଲା ସିଏଡବ୍ଲ୍ୟୁ ବା କ୍ରାଇମ୍ ଏଗେନେଷ୍ଟ ୱିମେନ୍ ଶାଖା । ୧୦ ଅଭିଯୁକ୍ତଙ୍କର ନିଆଗଲା ଡିଏନଏ । ଘଟଣା ସ୍ଥଳରୁ ସିଏଡବ୍ଲ୍ୟୁକୁ ମିଳିଛି ଅନେକ ତଥ୍ୟ ଓ ତଥ୍ୟ ଭିତ୍ତିକ ପ୍ରମାଣ, ଆପତ୍ତିଜନକ ସାମଗ୍ରୀ ସହିତ ଘଟଣା ସ୍ଥଳରୁ ପୋଡା ସିଗାରେଟ୍ ଜବତ କରିଛି ସିଏଡବ୍ଲୁ ଟିମ୍ । ଡିଏନଏ ପରୀକ୍ଷା ପାଇଁ ଅଭିଯୁକ୍ତ ମାନଙ୍କର ପ୍ରାଥମିକ ଭାବରେ ୬ ଜଣଙ୍କର ନମୁନା ସଂଗ୍ରହ କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ  ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବ ସିଏଡବ୍ଲ୍ୟୁ  ଓ ପରେ ନାବାଳକଙ୍କୁ ଆଣିବା ପ୍ରକ୍ରିୟା କରାଯିବ । ଅଭିଯୋଗକାରିଣୀଙ୍କ ଅଡିଓ ଭିଡିଓ ବୟାନ ରେକର୍ଡ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କର ମଧ୍ୟ ଅଡିଓ ଭିଡିଓ ବୟାନ ରେକର୍ଡ ହୋଇଛି । ରେଡଫ୍ଲାଗ ଅନୁଯାୟୀ ଫରେନସିକ ତଥ୍ୟକୁ ପରୀକ୍ଷା ପାଇଁ ଲ୍ୟାବରେ ପ୍ରଥମେ ପ୍ରାଥମିକତା ଦିଆଯିବ ।