ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଘଟଣା, ଆଜି ବ୍ରହ୍ମପୁର ଏଡିଜେ-୨ କୋର୍ଟରେ ହେବ ଚାର୍ଜଫ୍ରେମ

ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ ପରେ ଆରମ୍ଭ ହେବ ମାମଲାର ବିଚାର ।

ଗୋପାଳପୁର ଗଣଦୁଷ୍କର୍ମ, ଆଜି ଚାର୍ଜଫ୍ରେମ

ଗୋପାଳପୁର ଗଣଦୁଷ୍କର୍ମ, ଆଜି ଚାର୍ଜଫ୍ରେମ Photograph: (KanakNews)

କନକ ବ୍ୟୁରୋ: ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଘଟଣା । ଆଜି ମାମଲାର ଚାର୍ଜଫ୍ରେମ ଦାଖଲ ହେବ । ବ୍ରହ୍ମପୁର ଏଡିଜେ-୨ କୋର୍ଟରେ ହେବ ଚାର୍ଜଫ୍ରେମ । ଚାର୍ଜଫ୍ରେମ୍ ଦାଖଲ ପରେ କୋର୍ଟରେ ମାମଲାର ବିଚାର ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସେହିପରି ଚାର୍ଜସିଟ୍‌ରୁ ବାଦ୍‌ ପଡ଼ିଥିବା ଅଭିଯୁକ୍ତର ନାଁ ମାମଲାରୁ କାଟିବା ପାଇଁ ଦାଖଲ ହୋଇଥିବା ଡିସ୍‌ଚାର୍ଜ ପିଟିସନ୍‌କୁ ଜେଏମ୍‌ଏଫସି କୋର୍ଟ ଖାରଜ କରି ଦେଇଛନ୍ତି । 

ଗତ ଜୁନ୍‌ ୧୫ ତାରିଖ ସନ୍ଧ୍ୟାରେ ଜଣେ ଯୁକ୍ତ ତିନି ଶେଷ ବର୍ଷ ଛାତ୍ରୀଙ୍କୁ ପୁରୁଷ ବନ୍ଧୁଙ୍କ ଉପସ୍ଥିତିରେ ଗଣଦୁଷ୍କର୍ମ ହୋଇଥିଲା । ମାମଲାରେ ୬ ଯୁବକଙ୍କ ସହ ୧୦ ଜଣଙ୍କୁ ଗିରଫ କରାଯାଇଛି । ପରେ ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚଙ୍କୁ ହସ୍ତାନ୍ତର କରାଯାଇଥିଲା । କ୍ରାଇମବ୍ରାଞ୍ଚ ୫ ଯୁବକ ଓ ୪ ନାବାଳକଙ୍କ ବିରୋଧରେ ଜୁଲାଇ ୨୮ ତାରିଖରେ ଚାର୍ଜସିଟ୍ ଦାଖଲ କରିଥିଲା । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe