କନକ ବ୍ୟୁରୋ: ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଘଟଣା । ଆଜି ମାମଲାର ଚାର୍ଜଫ୍ରେମ ଦାଖଲ ହେବ । ବ୍ରହ୍ମପୁର ଏଡିଜେ-୨ କୋର୍ଟରେ ହେବ ଚାର୍ଜଫ୍ରେମ । ଚାର୍ଜଫ୍ରେମ୍ ଦାଖଲ ପରେ କୋର୍ଟରେ ମାମଲାର ବିଚାର ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସେହିପରି ଚାର୍ଜସିଟ୍ରୁ ବାଦ୍ ପଡ଼ିଥିବା ଅଭିଯୁକ୍ତର ନାଁ ମାମଲାରୁ କାଟିବା ପାଇଁ ଦାଖଲ ହୋଇଥିବା ଡିସ୍ଚାର୍ଜ ପିଟିସନ୍କୁ ଜେଏମ୍ଏଫସି କୋର୍ଟ ଖାରଜ କରି ଦେଇଛନ୍ତି ।
ଗତ ଜୁନ୍ ୧୫ ତାରିଖ ସନ୍ଧ୍ୟାରେ ଜଣେ ଯୁକ୍ତ ତିନି ଶେଷ ବର୍ଷ ଛାତ୍ରୀଙ୍କୁ ପୁରୁଷ ବନ୍ଧୁଙ୍କ ଉପସ୍ଥିତିରେ ଗଣଦୁଷ୍କର୍ମ ହୋଇଥିଲା । ମାମଲାରେ ୬ ଯୁବକଙ୍କ ସହ ୧୦ ଜଣଙ୍କୁ ଗିରଫ କରାଯାଇଛି । ପରେ ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚଙ୍କୁ ହସ୍ତାନ୍ତର କରାଯାଇଥିଲା । କ୍ରାଇମବ୍ରାଞ୍ଚ ୫ ଯୁବକ ଓ ୪ ନାବାଳକଙ୍କ ବିରୋଧରେ ଜୁଲାଇ ୨୮ ତାରିଖରେ ଚାର୍ଜସିଟ୍ ଦାଖଲ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/23/gopalpur-2025-08-23-11-46-14.jpg)