କନକ ବ୍ୟୁରୋ: ନବଦାସ ହତ୍ୟା ମାମଲା । ଏହି ମାମଲାରେ ପୁଣି ସକ୍ରିୟ ହେଲା କ୍ରାଇମ୍‌ବ୍ରାଂଚ । ଅଭିଯୁକ୍ତ ଗୋପାଳ ଦାସର ହେବ କଲ୍ ରେକର୍ଡ ଯାଂଚ୍ । ହତ୍ୟା କାଣ୍ଡର ଦୁଇ ମାସ ପୂର୍ବରୁ କାହାକାହା ସହ ଯୋଗାଯୋଗରେ ଥିଲା ଗୋପାଳ। ଖୋଜୁଛି କ୍ରାଇମ୍‌ବ୍ରାଂଚ ।  

Advertisment

ହତ୍ୟାକାଣ୍ଡ ଘଟାଇବା ଏକ ରୁ ଦୁଇ ମାସ ମଧ୍ୟରେ ଗୋପାଳ କାହା ସହ କଥା ହୋଇଥିଲା ତାହା ଖୋଜୁଛି କ୍ରାଇମ୍‌ବ୍ରାଞ୍ଚ । ଆବଶ୍ୟକ ପଡିଲେ କଲ୍ ରେକର୍ଡ ଡାଟା ମିଳିବା ପରେ କିଛି ଅନ୍ୟ ବ୍ୟକ୍ତିଙ୍କୁ ଜେରା ହୋଇପାରେ। ସ୍ପଟ୍ ଇନ୍‌କ୍ୱାରୀ ସହ କ୍ରାଇମ୍‌ବ୍ରାଞ୍ଚର ଫାଷ୍ଟ ଷ୍ଟେପ ଇନ୍‌କ୍ୱାରୀ ସରିଛି ।