କନକ ବ୍ୟୁରୋ: ସାଇବର ସ୍କାମ ନେଇ ପୂର୍ବବର୍ଷ ଗୁଗଲ ନିଜ ୟୁଜର୍ସ ମାନଙ୍କୁ ସଚେତନ କରାଇଥିଲା । ଏବଂ ସ୍ୱତନ୍ତ୍ର ଫିଚର ଜରିଆରେ ଗୁଗଲ ପେ’ ନାଁରେ ହେଉଥିବା ବିଭିନ୍ନ ନକଲି ୱେବସାଇଟ୍ ଏବଂ ସ୍କାମ୍ ଲିଙ୍କ୍ ଗୁଡ଼ିକୁ ନିଷ୍କ୍ରିୟ କରି ୧୩  ହଜାର କୋଟି ଟଙ୍କା ବଞ୍ଚାଇପାରିଛି । ନିକଟରେ ଇଣ୍ଡିଆ ଇଭେଣ୍ଟ ଦ୍ୱାରା ଆୟୋଜିତ ହୋଇଥିବା ଏକ ସମ୍ମିଳନୀରେ ଗୁଗଲ ଏନେଇ ଅନେକ ତଥ୍ୟ ପ୍ରକାଶ କରିଛି ।

Advertisment

ଗୁଗଲର ରିପୋର୍ଟ ମୁତାବକ । ଗୁଗୁଲ ପେ’ ଆପରେ ଅନେକପ୍ରକାରର ଫିଚର ଅପଗ୍ରେଡ୍ କରାଯାଇଛି ଯାହା ଉପଭୋକ୍ତାଙ୍କୁ ଠକେଇରୁ ରକ୍ଷା କରିବ । ଏନେଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାହାଯ୍ୟ ମଧ୍ୟ ନିଆଯିବ । ଜାଲିଆତି ରୋକିବାକୁ ଗୁଗଲ ବର୍ତ୍ତମାନ ଅନେକ ପଦକ୍ଷେପ ମଧ୍ୟ ନେଇଛି । ସାଇବର ଠକମାନେ ଗୁଗଲ ପେ’ ଆପକୁ ହ୍ୟାକ୍ କରୁଥିବାରୁ ଆଗାମୀ ଦିନରେ କିଭଳି ଉପଭୋକ୍ତାମାନଙ୍କୁ ଉନ୍ନତ ସୁରକ୍ଷା ଯୋଗାଇବା ପାଇଁ କମ୍ପାନୀ ଦୃଢ଼ୋକ୍ତି ପ୍ରକାଶ କରିଛି ।

ଆଗାମୀ ଦିନରେ କିପରି ଗୁଗୁଲ୍ ପେ’ର ସୁରକ୍ଷା ବଢିବ ତା’ପାଇଁ ମଧ୍ୟ ବିଭିନ୍ନ ପ୍ରକାର ଫିଚର ଆଣିଛି ଗୁଗଲ । ଏହି ଫିଚର ଦ୍ୱାରା ସ୍କାମକୁ ରୋକିବା ସହ ଆସୁଥିବା ସାଇବର ଫର୍ଡ ମେସେଜ ଗୁଡ଼ିକୁ ଚିହ୍ନଟ କରିବ । ଯଦି ଆଣ୍ଡ୍ରଏଡ୍ ଉପଭୋକ୍ତାମାନେ ଯେକୌଣସି ୱେବ୍ ବ୍ରାଉଜର୍, ଫାଇଲ୍ ମ୍ୟାନେଜର୍ କିମ୍ବା ମେସେଜିଂ ଆପ୍ ମାଧ୍ୟମରେ କିଛି ଆପ୍ ଡାଉନଲୋଡ୍ କରନ୍ତି, ଯାହା ସମ୍ବେଦନଶୀଳ ଅନୁମତି ମାଗେ, ତେବେ ଗୁଗଲ୍ ପ୍ଲେ ପ୍ରୋଟେକ୍ଟ ମାଧ୍ୟମରେ ସେଗୁଡିକୁ ଅବରୋଧ କରାଯିବ । କେବଳ ଏତିକି ନୁହେଁ, ଗୁଗଲ ସର୍ବଭାରତୀୟ ସ୍ତରରେ ଅନେକ ଗୁଡିଏ ଠକ ଆପ୍ ଚିହ୍ନଟ କରିଛି ।