ବାଟବଣା କଲା ଗୁଗଲ ମ୍ୟାପ୍, ଫସିଗଲା ମାଲ୍ ବୋଝେଇ ଟ୍ରକ୍

Advertisment

ଆଜିକାଲି ଅଜଣା ସ୍ଥାନକୁ ଯିବା ଲାଗି ଗୁଗଲ ମ୍ୟାପ୍‌ ଲୋକମାନଙ୍କର  ପ୍ରଥମ ପସନ୍ଦ ପାଲଟିଛି । ହେଲେ ଅନେକ ସ୍ଥାନରେ ଏଥିଯୋଗୁ  ଲୋକେ ସମସ୍ୟାରେ ପଡୁଥିବା ସାମ୍ନାକୁ ଆସୁଛି  ଏଥିସହ ଆମେ ଗୁଗୁଲ ମ୍ୟାପ ସାହାରରେ  ମଧ୍ୟ ଅନେକ ଯାଗାକୁ ଯାତ୍ରା କରୁ କିନ୍ତୁ କିଏ ଜାଣିଥିଲା ସେହି ଗୁଗୁଲ ମ୍ୟାପ ହରଡଘଣାରେ ପକାଇଦେବ

ଆଜିକାଲି ଅଜଣା ସ୍ଥାନକୁ ଯିବା ଲାଗି ଗୁଗଲ ମ୍ୟାପ୍‌ ଲୋକମାନଙ୍କର  ପ୍ରଥମ ପସନ୍ଦ ପାଲଟିଛି । ହେଲେ ଅନେକ ସ୍ଥାନରେ ଏଥିଯୋଗୁ  ଲୋକେ ସମସ୍ୟାରେ ପଡୁଥିବା ସାମ୍ନାକୁ ଆସୁଛି  ଏଥିସହ ଆମେ ଗୁଗୁଲ ମ୍ୟାପ ସାହାରରେ  ମଧ୍ୟ ଅନେକ ଯାଗାକୁ ଯାତ୍ରା କରୁ କିନ୍ତୁ କିଏ ଜାଣିଥିଲା ସେହି ଗୁଗୁଲ ମ୍ୟାପ ହରଡଘଣାରେ ପକାଇଦେବ

Google-Map-PKG-T

Photograph: (KanakNews )

କନକବ୍ୟୁରୋ : ଆଜିକାଲି ଅଜଣା ସ୍ଥାନକୁ ଯିବା ଲାଗି ଗୁଗଲ ମ୍ୟାପ୍‌ ଲୋକମାନଙ୍କର  ପ୍ରଥମ ପସନ୍ଦ ପାଲଟିଛି । ହେଲେ ଅନେକ ସ୍ଥାନରେ ଏଥିଯୋଗୁ  ଲୋକେ ସମସ୍ୟାରେ ପଡୁଥିବା ସାମ୍ନାକୁ ଆସୁଛି  ଏଥିସହ ଆମେ ଗୁଗୁଲ ମ୍ୟାପ ସାହାରରେ  ମଧ୍ୟ ଅନେକ ଯାଗାକୁ ଯାତ୍ରା କରୁ କିନ୍ତୁ କିଏ ଜାଣିଥିଲା ସେହି ଗୁଗୁଲ ମ୍ୟାପ ହରଡଘଣାରେ ପକାଇଦେବ , 
ପରିବହନ ଗାଡି ଧରି  ଆସିଥିଲେ ବାହାର ରାଜ୍ୟରୁ ,

ସେହି ପରିବହନ ଗାଡିକୁ ଜଣାନଥିଲା ରାସ୍ତା , ଶେଷରେ ସେମାନେ ଗୁଗୁଲ ମ୍ୟାପର ସାହାରା ନେଇଥିଲେ କିନ୍ତୁ କିଏ  ଜାଣିଥିଲା ସେହି ଗୁଗୁଲ ମ୍ୟାପକୁ ଭରସା କରି ସେମାନେ  ମହରଗରୁ ଯାଇ  କାନ୍ତାରାରେ ପଡିବେ ବୋଲି , ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ସହରରେ 
ଯାଜପୁରରେ ହଟ୍ଟାହଟା ହେଉଛନ୍ତି ବାହାର ରାଜ୍ୟର ଆସିଥିବା  ପରିବହନ ଗାଡି । ଗୁଗୁଲ ମ୍ୟାପର ଭୁଲ ନିର୍ଦେଶ ଯୋଗୁ ପୋଲ ଭାଙ୍ଗି ଚାଷ ଜମିକୁ ପଶିଗଲା ଥଣ୍ଡା ବୋଝେଇ ଟ୍ରକ ।

ଯାହାକି ରାତି ଅଧରେ ହରଡ଼ଘଣାରେ ପଡିଛନ୍ତି ଦିଲ୍ଲୀରୁ ଆସିଥିବା ମାଲବାହୀ ଗାଡ଼ି। ତେବେ ଯାଜପୁର ସହରରୁ ବିଂଝାରପୁର ଯିବା ରାସ୍ତାରେ ଗୁଗୁଲ ମାପକୁ ଅନୁସରଣ କରି ଯାଉଥିବା ବେଳେ ହଟହଟା ହୋଇଛନ୍ତି ସେମାନେ ।  କିନ୍ତୁ କାହାର କିଛି କ୍ଷତି ନହୋଇ ସେମାନେ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। 
ସୁଚନା ଅନୁଯାୟୀ ବାହାର ରାଜ୍ୟର ପରିବହନ ଗାଡି  ଗୁଗଲ ମ୍ୟାପର ଡାଇରେକ୍ସନ ଅନୁସାରେ ମାଲ ବୋଝେଇ ଗାଡି ଟି ଆସଥିଲା   । ସେମାନେ ଗୁଗଲ୍ ମ୍ୟାପ୍ ରେ ଦେଖାଯାଉଥିବା ରାସ୍ତାରେ ଯାଉଥିଲେ,

କିନ୍ତୁ ହଠାତ୍ ସେମାନେ ମ୍ୟାପରେ ଦେଖାଯାଇଥିବା ରାସ୍ତାରେ ଯାଇ ୧୦ କିଲୋମିଟର ଅଧିକା ଯାଇଥିଲେ ..ସେହି ୧୦ କିଲୋମିଟର ଆଗକୁ ଯିବା ପରେ ମାଲ ବୋଝେଇ ଗାଡି ଟି ଚାଷ ଜମିରେ ପଶିଯାଇଥିବା କୁହାଯାଉଛି ।  ତେଣୁ କଥାରେ ଅଛି  ବେଳେ ବେଳେ କିଛି ଜିନିଷ ଆମକୁ ସଠିକ ରାସ୍ତା ଦେଖାଏ ତ ଆଉ କେତେବେଳେ ବାଟବଣା କରିଦିଏ  , ତେଣୁ ସଠିକ ସୂଚନା ବି ଆମ ପାଇଁ ପଥଭ୍ରଷ୍ଟର କାରଣ ହୁଏ

ଜାତୀୟ  ଗଣମାଧ୍ୟ୍ୟମରେ ବାହାରିଥିବା ସୂଚନା 

https://www.jagran.com/haryana/jind-google-maps-inconvenience-misleads-drivers-on-new-green-field-highway-in-jind-23890388.html

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe