Google କଲା ବଡ଼ ଘୋଷଣା : କ୍ରୋମରେ ଆସିବ ସ୍ପେଶାଲ ଫିଚର

Advertisment

 ଟିକେ ଭାବିଲେ, ଆପଣ କୌଣସି ୱେବସାଇଟରେ ଟିକେଟ୍ ବୁକ୍ କରୁଥିବେ, ଫର୍ମ ପୂରଣ କରିବାଠୁ ଆରମ୍ଭ କରି ସିଟ୍ ସେକ୍ସନ୍ ପୂରଣ କରିବା , ପେମେଣ୍ଟ କରିବା ଏସବୁ କିଛି ଆପଣଙ୍କୁ କରିବାକୁ ପଡ଼େ , ହେଲେ ଆଉ ନୁହେଁ । ଆଗକୁ ଏସବୁ କାମ କରିବ ଗୁଗଲ

 ଟିକେ ଭାବିଲେ, ଆପଣ କୌଣସି ୱେବସାଇଟରେ ଟିକେଟ୍ ବୁକ୍ କରୁଥିବେ, ଫର୍ମ ପୂରଣ କରିବାଠୁ ଆରମ୍ଭ କରି ସିଟ୍ ସେକ୍ସନ୍ ପୂରଣ କରିବା , ପେମେଣ୍ଟ କରିବା ଏସବୁ କିଛି ଆପଣଙ୍କୁ କରିବାକୁ ପଡ଼େ , ହେଲେ ଆଉ ନୁହେଁ । ଆଗକୁ ଏସବୁ କାମ କରିବ ଗୁଗଲ

GOGGLE

Photograph: (KANAKNEWS)

କନକ ବ୍ୟୁରୋ :  ଟିକେ ଭାବିଲେ, ଆପଣ କୌଣସି ୱେବସାଇଟରେ ଟିକେଟ୍ ବୁକ୍ କରୁଥିବେ, ଫର୍ମ ପୂରଣ କରିବାଠୁ ଆରମ୍ଭ କରି ସିଟ୍ ସେକ୍ସନ୍ ପୂରଣ କରିବା , ପେମେଣ୍ଟ କରିବା ଏସବୁ କିଛି ଆପଣଙ୍କୁ କରିବାକୁ ପଡ଼େ , ହେଲେ ଆଉ ନୁହେଁ । ଆଗକୁ ଏସବୁ କାମ କରିବ ଗୁଗଲ । କାରଣ ଗୁଗଲ ଏପରି ଏକ ଫିଚର ଆଣିବାକୁ ଯାଉଛି ଯାହା Chrome  ବ୍ରାଉଜର ଆପଣା ଛାଏଁ ଏସବୁ କାମ କରିଦେବ । 

କାରଣ ବଦଳିବାକୁ ଯାଉଛି ୱେବ୍  ବ୍ରାଉଜିଙ୍ଗ ତରିକା  ।  ଯଦି ଆପଣ perplexity ର Comet  ବ୍ରାଉଜର ବ୍ୟବହାର କରୁଛନ୍ତି , ତାହାଲେ ଜାଣନ୍ତୁ ଏଥିରେ ଏକ ଇନବିଲ୍ଟ ଆସିଷ୍ଟାଣ୍ଟ ଦିଆଯାଇଛି । ଆପଣଙ୍କୁ କେବଳ କମାଣ୍ଡ ଲେଖିବାର ଅଛି  । ବ୍ରାଉଜର ଆପଣା ଛାଏଁ ସବୁକିଛି କରିବ । ଆପଣଙ୍କ ସମୟ ବଞ୍ଚିବ ହେଲେ ପ୍ରଡକ୍ଟିଭିଟି ବଢ଼ିବ । 

ଅଧିକ ପଢନ୍ତୁ.. ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ ତଦନ୍ତରେ ନୂଆ ମୋଡ଼ : ବଡ଼ ଆତଙ୍କବାଦୀ ଷଡ୍‌ଯନ୍ତ୍ରର ପର୍ଦ୍ଦାଫାସ୍

Perplexity ବ୍ୟତୀତ OpenAI  ର ଏଜେଣ୍ଟିକ୍ ବ୍ରାଉଜର ALTAS  ବି ଏବେ ଚର୍ଚ୍ଚାରେ ଅଛି । ଅବଶ୍ୟ ଏହା ଏକ ଏକ୍ସପେରିମେଣ୍ଟାଲ ବ୍ରାଉଜର । ତଥାପି ଏହା ଏକ ଏଜେଣ୍ଟି ବ୍ରାଉଜର । ଏଠି ବି ଆପଣଙ୍କୁ କେବଳ କମାଣ୍ଡ ଦେବାକୁ ପଡ଼ିବ , ଏହା ନିଜେ ନିଜେ ସବୁକିଛି ବ୍ରାଉଜିଙ୍ଗ କରିଦେବ । ALTAS  ଅନେକ ଗୁରୁତ୍ବପୂର୍ଣ୍ଣ କାମ କରିପାରୁଛି । ଏ ରେସରେ ଗୁଗଲ ବି ଆଉ ପଛରେ ରହିବାକୁ ଚାହୁନି । ଗୁଗଲ ନିଜ କ୍ରୋମରେ Gemini କୁ ସଂଲଗ୍ନ କରିଛି। ଏହି ଫିଚର  ଲଞ୍ଚ ହେବା ପରେ ଏଜେଣ୍ଟିକ୍ ବ୍ରାଉଜର ଭଳି କାମ କରିବ । ଗୁଗଲ କ୍ରୋମ୍ ଏକ ଛୋଟ ଡିଜିଟାଲ ଆସିଷ୍ଟାଣ୍ଟ ବନିଯିବ । 

ବିନା ଆପରେ  ବ୍ରାଉଜ୍ 

ଟେକ୍ ଦୁନିଆରେ ଏହାକୁ କୁହାଯାଏ ଅଟୋ ବ୍ରାଉଜ୍  ବା ଏଆଇ ଏଜେଣ୍ଟ ଫିଚର । ସରଳ ଭାଷାରେ ଯଦି ଆପଣ କ୍ରୋମକୁ କହିବେ , କୌଣସି ୱେବସାଇଟରୁ ଟିକେଟ୍ ବୁକ୍ କରିବାକୁ ତାହେଲେ AI ପେଜ୍ ଜାଣିବା ସହ ବଟନ୍ ଚିହ୍ନିପାରିବ ଏବଂ ଜରୁରି ତଥ୍ୟ ପୂରଣ କରି ବୁକିଂ ପ୍ରକ୍ରିୟାକୁ ଆଗକୁ ବଢ଼ାଇବ । ମାନେ, ସମୟ କମ୍ , ପରିଶ୍ରମ କମ୍ ହେଲେ କାମ ଅଧିକ  ଏବଂ ଶୀଘ୍ର । ଗୁଗଲର ଏଭଳି ଅପଡେଟ୍ ସେମାନଙ୍କ ପାଇଁ ସହାୟକ ହେବ ଯେଉଁମାନେ ଅନଲାଇନରେ କିଛି କାମ କରିବାକୁ ଡରନ୍ତି  । 

ଗୁଗୁଲ AI କେବଳ ସେତିକିବେଳେ କାମ କରିବ ଯେବେ ୟୁଜର ଅନୁମତି ଦେବେ । କହିବାର ଅର୍ଥ, ବିନା କମାଣ୍ଡରେ ଗୁଗଲ ନା କୌଣସି ଫର୍ମ ପୂରଣ କରିବ ନା ପେମେଣ୍ଟ କରିବ । ସବୁ ଷ୍ଟେପରେ ୟୁଜର୍ସଙ୍କ ନିୟନ୍ତ୍ରଣ ରହିବ । ଆପଣଙ୍କ ବିନା ଅନୁମତି କୌଣସି ତଥ୍ୟ ସେୟାର ବି କରିବନି । ଏବେ ଗୁଗଲର ଏହି ଫିଚର ପରୀକ୍ଷଣରେ ଅଛି । କିଛି ବଛା ବଛା ୟୁଜର୍ସଙ୍କ ପାଇଁ ଏହାକୁ ଧୀରେ ଧୀରେ  କାର୍ଯ୍ୟକ୍ଷମ କରାଯାଉଛି । ଆଗକୁ ଏହି ସୁବିଧା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe