କନକ ବ୍ୟୁରୋ:            ଭୂକମ୍ପରୁ ବଞ୍ଚାଇବ ଫୋନ୍ 
                             ମାଟି ଥରିବା ଆଗରୁ ଆଲର୍ଟ କରିବ ଫୋନ୍
                            ସୁରକ୍ଷା ପାଇଁ  ଗୁଗଲରେ ସ୍ପେଶାଲ ଫିଚର

ବିପଦ କେବେ କହିକି ଆସେନି । କିନ୍ତୁ ଯଦି ଏମିତି ହୁଏ ,. ବିପଦ ଆସିବା ଆଗରୁ ଆପଣଙ୍କୁ କେହି କହିଦେବ, ଆପଣଙ୍କ ମୂଲ୍ୟବାନ୍  ଜୀବନ ବଞ୍ଚିଯିବ । ଏ କାମ କରିବ ଆପଣଙ୍କ ସ୍ମାର୍ଟ ଫୋନ୍ । ଗୁଗଲ ଆଣିଛି  ଭୂମିକମ୍ପ ଆଲର୍ଟ କରିବାକୁ ସ୍ପେଶାଲ ଫିଚର ।

Advertisment

ସ୍ମାର୍ଟ ଫୋନରେ ଏବେ ନୂଆ ଫିଚର । ଭୂମିକମ୍ପରେ ମାଟି ଥରିବା ଆଗରୁ ଲୋକଙ୍କୁ କରିବ ଆଲର୍ଟ , ବଞ୍ଚାଇଦେବ ବହୁମୂଲ୍ୟ ଜୀବନ ।  ଗୁଗଲର ସୂଚନା ଅନୁସାରେ , ୨୦୨୦ରୁ ଆରମ୍ଭ ହୋଇଥିବା ଏ ଫିଚର ଆସିବା ଠାରୁ ଏଯାଏଁ  ଶତାଧିକ ଭୂକମ୍ପର ଆଲର୍ଟ କରିସାରିଲାଣି । ୨୦୨୩ରେ ଏହା ଫିଲିପାଇନ୍ସରେ ହୋଇଥିବା ୬.୭ ତୀବ୍ରତାର ଭୂକମ୍ପ ହେବା ଆଗରୁ ଆଲର୍ଟ କରିଥିଲା । ଫଳରେ ୨୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିଯାଇଥିଲା । ଗୁଗଲ ଏହି ଫିଚରକୁ ଡେଭଲପ୍ କରିବାକୁ ଆହୁରି ରିସର୍ଚ୍ଚ ଚଳାଇଛି । 

ରିପୋର୍ଟ ଅନୁସାରେ , ଆଣ୍ଡ୍ରଏଡର ଭୂମିକମ୍ପ ଆଲର୍ଟ ଫିଚରରେ ଏକ ସେୟାର ଆଲର୍ଟ ବିକଳ୍ପ ଯୋଡାଯାଉଛି । ୟୁଜର୍ସମାନେ ଏହାକୁ କେବଳ ଗୋଟିଏ ଟ୍ୟାପରେ ବ୍ୟବହାର କରିପାରିବେ। ସୋସିଆଲ ମିଡିଆ ଓ ଅନ୍ୟ ଆପ୍ସରେ ବି ଅନ୍ୟକୁ ସେୟାର କରିପାରିବେ । ଏହା ଏକ ପ୍ରି ଫିଲ୍ଡ ମେସେଜ୍ ଏବଂ #AndroidEarthquakeAlert  ହ୍ୟାସଟ୍ୟାଗ ନାମରେ ଆସୁଛି । ଏହା ୟୁଜର୍ସ ମାନଙ୍କୁ ଆର୍ଥକ୍ବେକ୍ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଚେତାଇଦେବ ।

ଗୁଗଲର ଏହି ଫିଚର ଫୋନରେ  ଥିବା ଏକ୍ସଲେରୋମିଟର ଗୁଡ଼ିକୁ  ବ୍ୟବହାର କରି ସେଗୁଡ଼ିକୁ ମିନି ସିସମୋମିଟରରେ ପରିଣତ କରେ , ଯାହା ଭୂମିକମ୍ପର କମ୍ପନ ଚିହ୍ନଟ କରିବ । ପ୍ରାଥମିକ କମ୍ପନ ଚିହ୍ନଟ ସମୟରେ ଏହା ଗୁଗୁଲର ସର୍ଭର ଗୁଡ଼ିକୁ ସ୍ଥାନ ଏବଂ କମ୍ପନର ତଥ୍ୟ ପଠାଏ  । ଯଦି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଏପରି ଏକାଧିକ ସଙ୍କେତ ପ୍ରାପ୍ତ ହୁଏ ତେବେ ସିଷ୍ଟମ ଭୂକମ୍ପ ନିଶ୍ଚିତ କରେ  ଏବଂ ସେହି ଅଞ୍ଚଳରେ ଲୋକେ ବ୍ୟବହାର କରୁଥିବା ମୋବାଇଲ ଫୋନକୁ  ସତର୍କ ସୂଚନା ପଠାଇବ । ୪ଦଶମିକ କିମ୍ବା ଏଥିରୁ ଅଧିକ ତୀବ୍ରତାର ଭୂକମ୍ପ ହେବାକୁ ଥିଲେ ଫୋନକୁ ସତର୍କ ସୂଚନା ପଠାଇବ  । 

 ଭାରତକୁ ଗୁଗଲ ଏହି ଫିଚର କେବେ ଉପଲବ୍ଧ କରାଇବ ଯଦିଓ ଏନେଇ କୌଣସି ଔପଚାରିକ ସୂଚନା ନାହିଁ କିନ୍ତୁ ବିଦେଶରେ ଏହା କାର୍ଯ୍ୟକାରୀ ହେଲାଣି । ତେବେ ଏହାକୁ ଆଗାମୀ ଦିନରେ ଭାରତରେ ମଧ୍ୟ ଉପଲବ୍ଧ କରାଇବାକୁ ଯୋଜନା କରୁଛି ଗୁଗଲ ।ଏହାକୁ ସମ୍ପୂର୍ଣ୍ଣ ଭାବେ ଫୋନରେ ଇନଷ୍ଟଲ କରିସାରିବା ପରେ ଧୀରେ ଧୀରେ ରୋଲଆଉଟ୍ କରାଯିବ । ଏହା ଆପଣଙ୍କ ପାଖରେ ଏକ ଅପଡେଟର ମାଧ୍ୟମ ସାଜିବ  । କ୍ରମେ ଏହା ଆପଣଙ୍କ ସ୍ମାର୍ଟ ୱାଚରେ ବି ଆସିବ ।