ଉପଭୋକ୍ତାଙ୍କ ଗୋପନୀୟତା ଉଲ୍ଲଂଘନ ଅଭିଯୋଗରେ ଗୁଗୁଲକୁ ଜରିମାନା, ୪୨୫ ମିଲିୟନ ଡଲାରର ତଣ୍ଡ ଲଗାଇଲେ ସାନ ଫ୍ରାନ୍ସିସ୍କୋ କୋର୍ଟ

Advertisment

ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ଗୋପନୀୟତା ଉଲ୍ଲଂଘନ କରିଥିବା ଅଭିଯୋଗ । ଉପଭୋକ୍ତାଙ୍କ ଗୋପନୀୟତା ଉଲ୍ଲଂଘନ ଅଭିଯୋଗରେ ଆମେରିକାର ଏକ କୋର୍ଟ ୪୨୫ ମିଲିୟନ ଡଲାର  ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ଗୋପନୀୟତା ଉଲ୍ଲଂଘନ କରିଥିବା ଅଭିଯୋଗ । ଉପଭୋକ୍ତାଙ୍କ ଗୋପନୀୟତା ଉଲ୍ଲଂଘନ ଅଭିଯୋଗରେ ଆମେରିକାର ଏକ କୋର୍ଟ ୪୨୫ ମିଲିୟନ ଡଲାର  ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

64

କନକ ବ୍ୟୁରୋ : ଗୁଗଲକୁ ୪୨୫ ମିଲିୟନ ଡଲାର ଜରିମାନା । ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ଗୋପନୀୟତା ଉଲ୍ଲଂଘନ କରିଥିବା ଅଭିଯୋଗ । ଉପଭୋକ୍ତାଙ୍କ ଗୋପନୀୟତା ଉଲ୍ଲଂଘନ ଅଭିଯୋଗରେ ଆମେରିକାର ଏକ କୋର୍ଟ ୪୨୫ ମିଲିୟନ ଡଲାର  ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାନ ଫ୍ରାନ୍ସିସ୍କୋରେ ହୋଇଥିବା ଏହି ରାୟରେ କୁହାଯାଇଛି, ଉପଭୋକ୍ତାମାନେ ଟ୍ରାକିଂ ବନ୍ଦ କରିଥିବା ସତ୍ତ୍ୱେ ଗୁଗଲ ତୃତୀୟ ପକ୍ଷ ଆପ୍‌ରୁ ଡାଟା ସଂଗ୍ରହ କରିଥିଲା । ୨୦୨୦ ଜୁଲାଇରେ ଦାୟର ହୋଇଥିବା ଏକ ମାମଲାରେ ୯୮ ମିଲିୟନ ଉପଭୋକ୍ତାଙ୍କ ଡାଟା ଗୁଗଲର ଓ୍ଵେବ ଓ ଆପ୍ ଆକ୍ଟିଭିଟି ସେଟିଂ ଉଲ୍ଲଂଘନ କରି ସଂଗ୍ରହ ଓ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା । ଗୁଗଲ ପ୍ରତିନିଧି ଜୋସେ କାଷ୍ଟାନେଡା କହିଛନ୍ତି, ଏହି ନିଷ୍ପତ୍ତି ଆମ କାର୍ଯ୍ୟପ୍ରଣାଳୀକୁ ଭୁଲ ବୁଝୁଛି, ଆମେ ଏହା ବିରୁଦ୍ଧରେ ଅପିଲ କରିବୁ । 

ଗୁଗୁଲକୁ ଜରିମାନା 
ଗୁଗଲ ୯୮ ମିଲିୟନ ଉପଭୋକ୍ତାଙ୍କ ଗୋପନୀୟତା ଉଲ୍ଲଂଘନ ପାଇଁ ୪୨୫ ମିଲିୟନ ଡଲାର ଜରିମାନା 
ଟ୍ରାକିଂ ବନ୍ଦ ସତ୍ତ୍ୱେ ତୃତୀୟ ପକ୍ଷ ଆପ୍‌ରୁ ଡାଟା ସଂଗ୍ରହ
୨୦୨୦ରେ ମାମଲାରେ ୩୧ ବିଲିୟନ ଡଲାର କ୍ଷତିପୂରଣ ଦାବି
ଗୁଗଲ ନିଷ୍ପତ୍ତି ବିରୁଦ୍ଧରେ ଉପର କୋର୍ଟ ଯିବ
ଜୁରୀ ଗୁଗଲକୁ ଦୁଇଟି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି, କିନ୍ତୁ ଦୁର୍ନୀତି ନଥିବା କହିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe