କ୍ରିକେଟ୍ କମେଣ୍ଟ୍ରି କଲେ ଗୁଗୁଲ ସିଇଓ ସୁନ୍ଦର ପିଚାଇ : ପିଚାଇଙ୍କ ଧାରାବିବରଣୀକୁ ନେଇ ଚର୍ଚ୍ଚା

 କ୍ରିକେଟ୍ କମେଣ୍ଟ୍ରି କଲେ ଗୁଗୁଲ ସିଇଓ ସୁନ୍ଦର ପିଚାଇ  ।  ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟରେ ମ୍ୟାଚ୍ ମଝିରେ ଦେଲେ ଧାରା ବିବରଣୀ । କହିଲେ ମ୍ୟାଚ୍ ୨-୨ରେ ଶେଷହେବ ଓ ଭାରତ ବିଜୟୀ ହେବ । ପିଚାଇଙ୍କ କମେଣ୍ଟ୍ରି ନେଇ ଜୋରଦାର ଚର୍ଚ୍ଚା ।

61

କନକ ବ୍ୟୁରୋ : କ୍ରିକେଟ୍ କମେଣ୍ଟ୍ରି କଲେ ଗୁଗୁଲ ସିଇଓ ସୁନ୍ଦର ପିଚାଇ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଗୁଗୁଲ ସିଇଓ ସୁନ୍ଦର ପିଚାଇ ଇଂଲଣ୍ଡ ବିପକ୍ଷରେ ଭାରତର ପଞ୍ଚମ ଟେଷ୍ଟ ମ୍ୟାଚରେ ଆଶ୍ଚର୍ଯ୍ୟଜନକ ଭାବେ କମେଣ୍ଟ୍ରି କରିଥିଲେ । ଲଣ୍ଡନର ଦ ଓଭାଲ୍‌ରେ ତୃତୀୟ ଦିନ ହର୍ଷା ବୋଗଲେଙ୍କ ସହ ମିଶି ସେ କ୍ରିକେଟ୍‌ର ମଜା ଓ ମ୍ୟାଚର ଗତିବିଧି ଉପରେ କିଛି ସମୟ ପାଇଁ କମେଣ୍ଟ୍ରି କରିଥିଲେ ।  ସେ କହିଥିଲେ,  ମ୍ୟାଟ୍ ୨-୨ରେ ଶେଷହେବ ଓ ଏହି ଟେଷ୍ଟରେ ଭାରତ ବିଜୟୀ ହେବ। ୱାସିଂଟନ ସୁନ୍ଦରଙ୍କ ବ୍ୟାଟିଂ ସମୟରେ ସେ ଲାଇଭ୍ କମେଣ୍ଟ୍ରି କରିଥିଲେ । ଅନେକ ୟୁଜର ସୁନ୍ଦର ପିଚାଇଙ୍କ ସରଳ ବ୍ୟବହାରକୁ ପ୍ରଶଂସା କରିଛନ୍ତି, ଯାହା କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe