କନକ ବ୍ୟୁରୋ : କ୍ରିକେଟ୍ କମେଣ୍ଟ୍ରି କଲେ ଗୁଗୁଲ ସିଇଓ ସୁନ୍ଦର ପିଚାଇ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଗୁଗୁଲ ସିଇଓ ସୁନ୍ଦର ପିଚାଇ ଇଂଲଣ୍ଡ ବିପକ୍ଷରେ ଭାରତର ପଞ୍ଚମ ଟେଷ୍ଟ ମ୍ୟାଚରେ ଆଶ୍ଚର୍ଯ୍ୟଜନକ ଭାବେ କମେଣ୍ଟ୍ରି କରିଥିଲେ । ଲଣ୍ଡନର ଦ ଓଭାଲ୍ରେ ତୃତୀୟ ଦିନ ହର୍ଷା ବୋଗଲେଙ୍କ ସହ ମିଶି ସେ କ୍ରିକେଟ୍ର ମଜା ଓ ମ୍ୟାଚର ଗତିବିଧି ଉପରେ କିଛି ସମୟ ପାଇଁ କମେଣ୍ଟ୍ରି କରିଥିଲେ । ସେ କହିଥିଲେ, ମ୍ୟାଟ୍ ୨-୨ରେ ଶେଷହେବ ଓ ଏହି ଟେଷ୍ଟରେ ଭାରତ ବିଜୟୀ ହେବ। ୱାସିଂଟନ ସୁନ୍ଦରଙ୍କ ବ୍ୟାଟିଂ ସମୟରେ ସେ ଲାଇଭ୍ କମେଣ୍ଟ୍ରି କରିଥିଲେ । ଅନେକ ୟୁଜର ସୁନ୍ଦର ପିଚାଇଙ୍କ ସରଳ ବ୍ୟବହାରକୁ ପ୍ରଶଂସା କରିଛନ୍ତି, ଯାହା କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
କ୍ରିକେଟ୍ କମେଣ୍ଟ୍ରି କଲେ ଗୁଗୁଲ ସିଇଓ ସୁନ୍ଦର ପିଚାଇ : ପିଚାଇଙ୍କ ଧାରାବିବରଣୀକୁ ନେଇ ଚର୍ଚ୍ଚା
କ୍ରିକେଟ୍ କମେଣ୍ଟ୍ରି କଲେ ଗୁଗୁଲ ସିଇଓ ସୁନ୍ଦର ପିଚାଇ । ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟରେ ମ୍ୟାଚ୍ ମଝିରେ ଦେଲେ ଧାରା ବିବରଣୀ । କହିଲେ ମ୍ୟାଚ୍ ୨-୨ରେ ଶେଷହେବ ଓ ଭାରତ ବିଜୟୀ ହେବ । ପିଚାଇଙ୍କ କମେଣ୍ଟ୍ରି ନେଇ ଜୋରଦାର ଚର୍ଚ୍ଚା ।
/kanak/media/media_files/2025/08/03/61-2025-08-03-15-45-32.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)