କନକ ବ୍ୟୁରୋ: ମାଲବାହୀ ଟ୍ରେନ୍‌ର ଚାରୋଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ସୁନ୍ଦରଗଡ଼ ବିମଲାଗଡ଼ ରେଲୱେ ଷ୍ଟେସନ ଡ୍ୟାମ୍ ବସ୍ତି ନିକଟରେ ମାଲବାହୀ ଟ୍ରେନ୍‌ର ଚାରୋଟି ବଗି ଲାଇନ୍‌ଚ୍ୟୁତ ହୋଇଛି । ମାଲବାହୀ ଟ୍ରେନ୍ ନମ୍ୱର ବିଓଏସ୍‌ଏମ୍‌-୭୭୯ ଟ୍ରେନ୍ ରକ୍ସି ରେଲୱେ ସାଇଡିଙ୍ଗରୁ ଲୁହା ପଥର ବୋଝେଇ କରିଯାଉଥିଲା ।

Advertisment

ବିମଲାଗଡ଼ ପଟକୁ ଯାଉଥିବା ବେଳେ ଡ୍ୟାମ୍ ବସ୍ତି ନିକଟରେ ଲାଇନ୍‌ଚ୍ୟୁତ ହୋଇଛି । ଏଥିରେ କାହାର କୌଣସି କ୍ଷତି ହୋଇନଥିବା ବେଳେ ଘଟଣା ସ୍ଥଳରେ ରେଲୱେ କର୍ମଚାରୀ ପହଞ୍ଚି ବଗି ଗୁଡ଼ିକୁ ଟ୍ରାକ୍‌କୁ ଆଣିବାକୁ ଚେଷ୍ଟା କରୁଛନ୍ତି । ଏହି ଲାଇନ୍‌ରେ ସମସ୍ତ ରେଳ ଚଳାଚଳ ବନ୍ଦ ରହିଛି । କେଉଁ କାରଣରୁ ଚାରୋଟି ବଗି ଲାଇନ୍‌ଚ୍ୟୁତ ହେଲା ପରେ ରେଲୱେ ବିଭାଗ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଚକ୍ରଧରପୁର ରେଳ ମଣ୍ଡଳ ଡିଆରଏମ୍ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।