କନକ ବ୍ୟୁରୋ : ଭାରତ-ଆମେରିକା ମଧ୍ୟରେ ଐତିହାସିକ ଚୁକ୍ତି ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ଏହି ଚୁକ୍ତି ପରେ ବିରୋଧୀ, ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ଟ୍ରେଡ୍ ଚୁକ୍ତିକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠାଯାଉଛି । ଏସବୁଭିତରେ କିନ୍ତୁ ଆମେରିକାର ଆଭିମୁଖ୍ୟ ସମସ୍ତ ପ୍ରଶ୍ନରେ ପୂର୍ଣ୍ଣଛେଦ ପକାଇଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ଟ୍ରୁଥ୍ ସୋସିଆଲରେ ଅନେକ ଦାବି କରିଥିବା ବେଳେ, ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀୟର ମଙ୍ଗଳବାର ଦିନ ଏକ୍ସରେ ଏକ ପୋଷ୍ଟ କରିଛନ୍ତି, ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଭାରତ ଆମେରିକୀୟ କୃଷି ଉତ୍ପାଦ ଉପରେ ଶୁଳ୍କକୁ ଶୂନ କରିବ। ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ସହିତ ଐତିହାସିକ ଚୁକ୍ତି ଆମେରିକୀୟ ଚାଷୀ ଓ ଉତ୍ପାଦକମାନଙ୍କୁ ଭାରତୀୟ ବଜାରରେ ପ୍ରବେଶ କରାଇବାରେ ସହାୟକ ହେବ। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଏହି ଚୁକ୍ତି ଭାରତକୁ କିଛି କୃଷି ଉତ୍ପାଦର ଆମଦାନୀ ଉପରେ ସୁରକ୍ଷା ବଜାୟ ରଖିବାକୁ ଅନୁମତି ଦେବ ।

Advertisment

ଅଧିକ ପଢନ୍ତୁ... ଆମେରିକା ଗସ୍ତରେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର : ବିଭିନ୍ନ ପ୍ରସଙ୍ଗରେ ହୋଇପାରେ ଆଲୋଚନା..

ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀୟର କହିଛନ୍ତି, ଭାରତରେ ବାଦାମ, ମଦ, ସ୍ପିରିଟ୍, ଫଳ, ପନିପରିବା ଇତ୍ୟାଦି ଅନେକ ସାମଗ୍ରୀ ଉପରେ ଶୁଳ୍କ ଶୂନ୍ୟ ହେବାକୁ ଯାଉଛି। ଯଦିଓ, ସେ ଚାଉଳ, ସୋୟାବିନ୍, ଚିନି କିମ୍ବା କ୍ଷୀର ଉତ୍ପାଦ ବିଷୟରେ ଉଲ୍ଲେଖ କରିନଥିଲେ, କିନ୍ତୁ ଭାରତ ଏହି ସବୁ ସାମଗ୍ରୀକୁ ବାଣିଜ୍ୟ ଚୁକ୍ତିରୁ ବାଦ ଦେଇଛି।
ସେପଟେ ରାଷ୍ଟ୍ରପଟି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋର ସବୁଠାରୁ ଭଲ ବନ୍ଧୁମାନଙ୍କ ମଧ୍ୟରୁ ଜଣେ, ଯିଏ ୫୦୦ ବିଲିୟନ ଡଲାର ମୂଲ୍ୟର ଆମେରିକୀୟ ସାମଗ୍ରୀ କିଣିବାକୁ, ଆମେରିକା ଉପରେ ଶୁଳ୍କକୁ ଶୂନ୍ୟ କରିବାକୁ ଏବଂ ରୁଷରୁ ଅଶୋଧିତ ତେଲ କିଣିବା ବନ୍ଦ କରିବାକୁ ରାଜି ହୋଇଛନ୍ତି, ଯାହା ଏକ ଭଲ ସଙ୍କେତ। କାହିଁକିନା ଭାରତ ରୁଷଠୁ ତେଲ କିଣିବା, ପରୋକ୍ଷ ଭାବରେ ୟୁକ୍ରେନ ଯୁଦ୍ଧକୁ ପାଣ୍ଠି ଯୋଗାଇ ଦେବା ସହ ସମାନ ଥିଲା। ଏବେ ଭାରତ ରୁଷଠୁ ତେଲ ନକିଣିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛି ତାହା ସ୍ଵାଗତଯୋଗ୍ୟ ବୋଲି ଟ୍ରମ୍ପ କହିଛନ୍ତି।