କନକ ବ୍ୟୁରୋ : ଜାନୁଆରି ୯ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୩୯୨ ନିୟୁତ ଡଲାର ବୃଦ୍ଧି ଘଟି ୬୮୭.୧୯ ବିଲିଅନ ଡଲାରରେ ପହଞ୍ଚିଛି । ଆଲୋଚ୍ୟ ସପ୍ତାହରେ ବିଦେଶୀ ମୁଦ୍ରା ପରିସମ୍ପତ୍ତି (ଏଫ୍‌ସିଏ) ୧.୧୨୪ ବିଲିଅନ ଡଲାର ହ୍ରାସ ଘଟି ୫୫୦.୮୭ ବିଲିଅନ ଡଲାର ସ୍ତରରେ ରହିଛି। ଭାରତର ସ୍ପେସାଲ୍‌ ଡ୍ରଇଂ ରାଇଟ୍‌ସ(ଏସ୍‌ଡିଆର୍‌)ରେ ୩୯ ନିୟୁତ ଡଲାର ହ୍ରାସ ଘଟି ୧୮.୭୩୯ ବିଲିଅନ ଡଲାରରେ ପହଞ୍ଚିଥିବାବେଳେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରେ ଭାରତର ଗଚ୍ଛିତ ରାଶି ୧୩ ନିୟୁତ ଡଲାର ହ୍ରାସ ଘଟି ୪.୭୫୮ ବିଲିଅନ ଡଲାରରେ ରହିଛି। ଅନ୍ୟପକ୍ଷରେ ସୁନା ମୂଲ୍ୟରେ ୧.୫୬୮ ବିଲିଅନ ଡଲାର ବୃଦ୍ଧି ଘଟି ୧୧୨.୮୩ ବିଲିଅନ ଡଲାରରେ ପହଞ୍ଚିଛି। ଏହା ପୂର୍ବରୁ ଜାନୁଆରି ୨ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୯.୮୦୯ ବିଲିଅନ ଡଲାରର ବଡ଼ ହ୍ରାସ ଦେଖାଦେଇଥିଲା।

Advertisment