ପାର୍ବଣ ଋତୁରେ ଯାତ୍ରୀଙ୍କୁ ପାଇଁ ଖୁସି ଖବର । ଚାଲିବ ୬ହଜାର ସ୍ପେଶାଲ ଟ୍ରେନ ମିଳିବ ତୁରନ୍ତ ଟିକେଟ

Advertisment

ପାର୍ବଣ ଋତୁରେ ରେଳଯାତ୍ରୀଙ୍କୁ ମିଳିବ ଫଟାଫଟ୍ ଟିକେଟ ଦୁର୍ଗାପୂଜା, ଦୀପାବଳି ଓ ଛଟ୍ ପୂଜା ପାଇଁ ଚାଲିବ ୬ହଜାର ସ୍ପେଶାଲ ଟ୍ରେନ

Updated On

ପାର୍ବଣ ଋତୁରେ ରେଳଯାତ୍ରୀଙ୍କୁ ମିଳିବ ଫଟାଫଟ୍ ଟିକେଟ ଦୁର୍ଗାପୂଜା, ଦୀପାବଳି ଓ ଛଟ୍ ପୂଜା ପାଇଁ ଚାଲିବ ୬ହଜାର ସ୍ପେଶାଲ ଟ୍ରେନ

ଅଦ୍ୟତନ ହୋଇଛି
train 1

କନକବ୍ୟୁରୋ : ପାର୍ବଣ ଋତୁରେ ରେଳଯାତ୍ରୀଙ୍କୁ ମିଳିବ ଫଟାଫଟ୍ ଟିକେଟ। ଦୁର୍ଗାପୂଜା, ଦୀପାବଳି ଓ ଛଟ୍ ପୂଜା ପାଇଁ ଚାଲିବ ୬ହଜାର ସ୍ପେଶାଲ ଟ୍ରେନ। ଅକ୍ଟୋବର ୮ରୁ ନଭେମ୍ବର ୮ଯାଏଁ ଏହି ସ୍ପେଶାଲ ଟ୍ରେନ ଚଳାଚଳ କରିବ। ପୂଜା ଛୁଟି ପାଇଁ ପ୍ରାୟ ସମସ୍ତେ ଯାତ୍ରା କରିଥାନ୍ତି ତେଣୁ ଯାତ୍ରୀଙ୍କ ଭିଡ଼କୁ ନଜରରେ ରଖି ସ୍ପେଶାଲ ଟ୍ରେନ ଚଳାଚଳ କରିବାକୁ ରେଳବାଇ ନିଷ୍ପତି ନେଇଛି।

ଏନେଇ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଗତବର୍ଷ ୪ହଜାର ୪୨୯ଟି ସ୍ପେଶାଲ ଟ୍ରେନ ଚାଲିଥିବା ବେଳେ ଏଥର ୬ହଜାର ଟ୍ରେନ ଚଳାଇବାକୁ ନିଷ୍ପତି ହୋଇଛି। ଫଳରେ ଯାତ୍ରୀଙ୍କୁ ଟିକେଟ ମିଳିବା ସହଜ ହେବା ସହ ସୁରୁଖୁରୁରେ ଯାତ୍ରା କରିପାରିବେ। ଏହାସହ ୧୦୮ଟି ଟ୍ରେନରେ ଅଧିକ କୋଚ ଯୋଡ଼ାଯିବ।

ଯାତ୍ରୀଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ୧୨ହଜାର ୫ଶହ ଅଧିକ କୋଚ  ଟ୍ରେନରେ ଲଗାଯିବାକୁ ନିଷ୍ପତି ହୋଇଛି। ଏହାସହ ସ୍ପେଶାଲ ଟିକେଟ ଚେକିଂ ଡ୍ରାଇଭ ବି କରାଯିବ। ଯାହାଦ୍ବାରା ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ନଜର ରହିବ।  ଅକ୍ଟୋବର ୧ରୁ ୧୫ ଓ ଅକ୍ଟୋବର ୨୫ରୁ ନଭେମ୍ବର ୧୦ପର୍ୟ୍ୟନ୍ତ ଏହି ସ୍ପେଶାଲ ଟିକେଟ ଚେକିଂ ଡ୍ରାଇଭ କରାଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe