କନକ ବ୍ୟୁରୋ : ଅଗଷ୍ଟ ୨ ତାରିଖରେ ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା । ଉତ୍ତରପ୍ରଦେଶର ବାରଣାସୀରୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୨୦ ତମ କିସ୍ତି ପ୍ରଦାନ କରିବେ । ଏହି କିସ୍ତି ମାଧ୍ୟମରେ ଦେଶର ୯.୭ କୋଟିରୁ ଅଧିକ ଯୋଗ୍ୟ କୃଷକଙ୍କ ବ୍ୟାଙ୍କ ଖାତାକୁ୨୦ ହଜାର ୫୦୦ କୋଟିରୁ ଅଧିକ ଟଙ୍କା ସିଧାସଳଖ ଯିବ ।
ପିଏମ କିସାନ ସମ୍ମାନ ନିଧି ଯୋଜନାରେ ପ୍ରତ୍ୟେକ ଚାଷୀଙ୍କୁ ୨ହଜାର ଟଙ୍କା ଲେଖାଏଁ ମିଳିବ । ଏହି କିସ୍ତି ଖରିଫ ରୁତୁ ମାଧ୍ୟମରେ ଆସୁଛି । ଯାହା କୃଷକମାନଙ୍କୁ ବିହନ, ସାର ଓ ଅନ୍ୟାନ୍ୟ କୃଷି ଉପକରଣ କିଣିବାରେ ସହାୟତା କରିବ । ଏହି ଯୋଜନା ମାଧ୍ୟମରେ ସରକାର ଦେଶର କୃଷି କ୍ଷେତ୍ରରେ ଅର୍ଥନୈତିକ ସ୍ଥିରତା ଏବଂ କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/31/pm-kisan-money-2025-07-31-07-43-22.jpg)