କନକ ବ୍ୟୁରୋ : ପିଏମ କିଷାନରୁ ବାଦ ପଡ଼ିଥିବା ଚାଷୀଙ୍କ ପାଇଁ ବଡ଼ ଖବର । ସାମିଲ ହେବାକୁ ସରକାର ଦେଲେ ବଡ଼ ସୁଯୋଗ । କେ୍ୱାଇସି ଅବଧିକୁ ଆଉ ୬ ମାସ ବଢ଼ାଇଲେ ସରକାର । ୮ ସେପ୍ଟେମ୍ବରରୁ ଆଉ ୬ ମାସ ବୃଦ୍ଧି କରିଛନ୍ତି ସରକାର । ସିଏମ କିଷାନ ପାଉଥିବା ହିତାଧିକାରୀ ପିଏମ କିଷାନରେ କେ୍ୱାଇସି ଅପଡେଟ କରି ସାମିଲ ହୋଇପାରିବେ । ଏବେ ସିଏମ କିଷାନରେ ୫୧ ଲକ୍ଷ ୫୪ ହଜାର ଥିବା ବେଳେ ପିଏମ କିଷାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ ଅଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଅଧିକ ୬ ଲକ୍ଷ ହିତାଧିକାରୀ ପିଏମ କିଷାନରେ ସାମିଲ କରିଛନ୍ତି ନୂଆ ସରକାର । ଅଧିକ ଚାଷୀଙ୍କୁ ଯୋଡିବାକୁ ସରକାର କରୁଛନ୍ତି ସ୍ପେଶାଲ ଡ୍ରାଇଭ ।
ପିଏମ କିଷାନରୁ ବାଦ ପଡ଼ିଥିବା ଚାଷୀଙ୍କ ପାଇଁ ବଡ଼ ଖବର; ୬ ମାସ ବଢ଼ିଲା କେୱାଇସି ଅବଧି
ସିଏମ କିଷାନ ପାଉଥିବା ହିତାଧିକାରୀ ପିଏମ କିଷାନରେ କେ୍ୱାଇସି ଅପଡେଟ କରି ସାମିଲ ହୋଇପାରିବେ । ଏବେ ସିଏମ କିଷାନରେ ୫୧ ଲକ୍ଷ ୫୪ ହଜାର ଥିବା ବେଳେ ପିଏମ କିଷାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ ଅଛନ୍ତି ।
/kanak/media/media_files/2025/09/12/pm-kisan-2025-09-12-21-40-06.jpg)