କନକବ୍ୟୁରୋ : ଆଜି ହେଉଛି ଅକ୍ଷୟ ତୃତୀୟା । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସ୍ତରୀୟ କୃଷକ ଦିବସ ଉତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ କିଷାନର ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରିଛନ୍ତି । ୫୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ୧ ହଜାର କୋଟି ଟଙ୍କାର ସହାୟତା ରାଶି ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ | ଭୁବନେଶ୍ୱର ଓୟୁଏଟିର ଶୈକ୍ଷିକ କୃଷି ଫାର୍ମ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବୋଧନ ଦେଇ କହିଛନ୍ତି , ସରକାର ସବୁ ବେଳେ ଚାଷୀଙ୍କ ହିତସାଧନ ଲାଗି ପ୍ରୟାସରତ ।
ଅକ୍ଷୟ ତୃତୀୟା ଉପଲକ୍ଷେ ଅଖି ମୁଠି ଅନୁକୂଳ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନାମମାତ୍ର, କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କ ଖାତାକୁ ସିଏମ କିଷାନ ଟଙ୍କା ପଠାଇଛନ୍ତି । ଏକ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ଏକାମ୍ର ବିଧାୟକ ବାବୁ ସିଂହ ଉପସ୍ଥିତ ଥିଲେ । ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୦୨୫ କୋଟି । ସିଏମ କିସାନ ଅର୍ଥ ରିଲିଜ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଗୋଟିଏ କ୍ଲିକରେ ୫୦ ଲକ୍ଷ ୧୬ ହଜାର ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୦୨୫ କୋଟି ଟଙ୍କା । ଚଳିତ ଥର ପ୍ରଥମ ଥର ପାଇଁ ୨୫ ହଜାର ସହରାଞ୍ଚଳ ଚାଷୀଙ୍କୁ ସିଏମ କିସାନରେ ସାମିଲ କରିଛନ୍ତି ସରକାର । ୧ ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଖାତାକୁ ପଠାଗଲା । ରାଜ୍ୟସ୍ତରୀୟ କୃଷକ ସମାରୋହରେ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ।
---