ଚିଟଫଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର,  ବଢ଼ିଲା ଆବେଦନ ତାରିଖ

Advertisment

ସମସ୍ତ ଡକ୍ୟୁମେଣ୍ଟ ଦେଖାଇ ଜମାରାଶି ଫେରିପାଇବେ କ୍ଷୁଦ୍ର ଜମାକାରୀ । ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲେ, ଆର୍ଥିକ କ୍ଷତିଗ୍ରସ୍ତ ମିଳିତ ମଞ୍ଚ ।

ସମସ୍ତ ଡକ୍ୟୁମେଣ୍ଟ ଦେଖାଇ ଜମାରାଶି ଫେରିପାଇବେ କ୍ଷୁଦ୍ର ଜମାକାରୀ । ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲେ, ଆର୍ଥିକ କ୍ଷତିଗ୍ରସ୍ତ ମିଳିତ ମଞ୍ଚ ।

ChitFund

ChitFund Photograph: (KanakNews)

କନକ ବ୍ୟୁରୋ; ପୁଣି ବଢ଼ିଲା ଚିଟଫଣ୍ଡ ଆବେଦନ ତାରିଖ । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚିଟଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାନୁୟାରି ୩୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା। ତେବେ କେତେକ କ୍ଷୁଦ୍ର ଜମାକାରୀ ଏପର୍ଯ୍ୟନ୍ତ ସେମାନଙ୍କ ଜମାରାଶି ଫେରସ୍ତ ପାଇନାହାନ୍ତି। ତେଣୁ ଅବଶିଷ୍ଟ ଜମାକାରୀଙ୍କ ସୁବିଧା ପାଇଁ ଏହି ଅର୍ଥ ଫେରସ୍ତ ପ୍ରକ୍ରିୟାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କିନ୍ତୁ ସରକାରଙ୍କ ଧିମା ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ଜମାକାରୀ ସଂଘ। 

 ଶୁକ୍ରବାର ସକାଳେ ଦୈନିକ ଓଡିଆ ଖବରକାଗଜରେ ପ୍ରକାଶ ପାଇଲା ଅର୍ଥ ବିବାଗର ଏହି ବିଜ୍ଞାପନ। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚିଟଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି ରହିବ ବୋଲି ବିଜ୍ଞାପନ ଜରିଆରେ ସରକାର ସୂଚନା ଦେଇଛନ୍ତି।  ପୂର୍ବରୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାନୁୟାରି ୩୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା। ତେବେ କେତେକ କ୍ଷୁଦ୍ର ଜମାକାରୀ ଏପର୍ଯ୍ୟନ୍ତ ସେମାନଙ୍କ ଜମାରାଶି ଫେରସ୍ତ ପାଇନାହାନ୍ତି। ତେଣୁ ଅବଶିଷ୍ଟ ଜମାକାରୀଙ୍କ ସୁବିଧା ପାଇଁ ଏହି ଅର୍ଥ ଫେରସ୍ତ ପ୍ରକ୍ରିୟାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜମାକାରୀମାନେ ନିଜର ସମସ୍ତ ଡକ୍ୟୁମେଣ୍ଟ ଦେଖାଇ ଟଙ୍କା ଫେରିପାଇବେ। ଜମାକାରୀମାନେ ନିଜ ଜିଲ୍ଲାର ସରକାରୀ ୱେବ୍‌ସାଇଟ୍‌ ଏବଂ www.opid.odisha.gov.inରେ ସେମାନଙ୍କ ନାମ, ଆବେଦନ ନମ୍ବର, ସତ୍ୟପାଠ ନମ୍ବର ଦେଇ ସେମାନଙ୍କ ଆବେଦନପତ୍ରର ସ୍ଥିତି ଜାଣିପାରିବେ। ଅର୍ଥ ବିଭାଗର ଏହି ବିଜ୍ଞାପନ ଜମାକାରୀଙ୍କୁ ଆଶ୍ବସ୍ତି ଦେଇନାହିଁ ବରଂ ଦ୍ବନ୍ଦ୍ବରେ ପକାଇଛି। ସରକାରଙ୍କ ଉପରେ ଆଉ ଭରଷା ନଥିବା କହିଛନ୍ତି ଜମାକାରୀ।
 
  ଜମାକାରୀମାନେ ନିଜର ପରିଚୟ ପତ୍ର, ମୂଳ ଜମା ରସିଦ୍, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ରାଜସ୍ବ ନିରୀକ୍ଷକ (ଆର୍‌ଆଇ)ଙ୍କ ପାଖରେ ଜମାକଲେ ୧୫ଦିନ ମଧ୍ୟରେ ଟଙ୍କା ଫେରାଇବା ବ୍ୟବସ୍ଥା କରାଯିବ । କିନ୍ତୁ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟରେ କେହି ସହଯୋଗ କରୁନଥିବା ଜମାକାରୀ କହିଛନ୍ତି । ରାଜ୍ୟ ସରକାର କେବଳ ଘୋଷଣା କରୁଛନ୍ତି, କିନ୍ତୁ ଜମାକାରୀଙ୍କୁ ଏଯାବତ୍‌ ଚିହ୍ନଟ କରାଯାଇନଥିବା ଅଭିଯୋଗ ହୋଇଛି। କେବଳ କ୍ଷୁଦ୍ର ଜମାକାରୀଙ୍କ ଟଙ୍କା ଫେରାଇବାରେ ବିଫଳ ହେଉଛନ୍ତି, ସମସ୍ତଙ୍କ ଟଙ୍କା କେବେ ଫେରାଇବେ ସରକାର? ଏଭଳି ପ୍ରଶ୍ନ କରିଛି ସଂଘ ।

ଅଧିକ ପଢନ୍ତୁ;  ଜାନୁଆରୀ ୩୧ ସୁଦ୍ଧା ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା : ରାଜ୍ୟ ବିଜେପି ସଭାପତିଙ୍କ ବଡ଼ ସୂଚନା


ଏବେ ବି ଅନେକ କ୍ଷୁଦ୍ର ଜମାକାରୀ ପାଇନାହାନ୍ତି ଜମାରାଶି । ଲକ୍ଷାଧିକ ଟଙ୍କା ଜମାକରିଥିବା ଜମାକାରୀ କେବେ ତାଙ୍କ ଟଙ୍କା ଫେରିପାଇବେ ସେନେଇ କୌଣସି ଯୋଜନା ବି ହୋଇନାହିଁ। ଭାଗ୍ୟକୁ ଆଦରି ପଡିରହିଛନ୍ତି ଲକ୍ଷାଧିକ ଜମାକାରୀ । ନୂଆ ସରକାର ଉପରେ ଭରଷା ରଖିଥିଲେ ଜମାକାରୀ । କିନ୍ତୁ ଜମାକାରୀ ଚିହ୍ନଟ ପ୍ରକ୍ରିୟା ଧିମେଇ ଯାଇଥିବାରୁ ସରକାରଙ୍କ ଉପରେ ଭରଷା ନଥିବା କହିଛନ୍ତି ଜମାକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe