କନକବ୍ୟୁରୋ: ଆମେ ସମସ୍ତେ କିପରି ନିଜ ସ୍ୱାସ୍ଥ୍ୟକୁ ସୁନ୍ଦର ରଖିପାରିବା ସେ ନେଇ ଶରୀର ପ୍ରତି ଧ୍ୟାନ ଦେଇଥାନ୍ତି । କିନ୍ତୁ ଏହା ପ୍ରତି କିପରି ଆମେ ସଚେତନ ରହିପାରିବା ସେ ନେଇ ଚିନ୍ତା କରନ୍ତି ନାହିଁ ଉତ୍ତମ ଖାଦ୍ୟ , ଉତ୍ତମ ବ୍ୟାୟମ ଆମ ଶରୀରକୁ ସୁନ୍ଦର ରଖିବା ସହ କିପରି ଆମେ ଏଥିପ୍ରତି ଧ୍ୟାନ ଦେବା ସେ ନେଇ ଆମେ ଚିନ୍ତା କରନ୍ତି ନାହିଁ ।

Advertisment

ଶରୀରକୁ ରୋଗମୁକ୍ତ ସୁନ୍ଦର , ରଖିବା ପାଇଁ ଆମେ ପ୍ରଥମେ ନିଜ ଖାଦ୍ୟପେୟ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ନିହାତି ଜରୁରୀ ହୋଇଥାଏ । କାରଣ କଥାରେ ଅଛି ଉତ୍ତମ ଖାଦ୍ୟ ଉତ୍ତମ ଶରୀର ବିକାଶ କରିବାରେ ସହାୟକ ହୋଇଥାଏ । କିନ୍ତୁ  ଆମେ ଆମର ଜୀବନଶୈଳୀକୁ ନିଜ କାମ ବ୍ୟସ୍ତତା ବାହାରର ଜଙ୍କ ଫୁଡ ମାନସିକ ଚିନ୍ତା , ଏସବୁ ଦ୍ୱାରା ଭୁଲିଯାଉ ନିଜର ଯତ୍ନ ନେବା ପାଇଁ । କିନ୍ତୁ ପ୍ରଥମେ ଆମେ ନିଜର ଯତ୍ନ ନେଲେ ତେବେ ଯାଇ ଆମେ ଆମ ଜୀବନ ଶୈଳୀକୁ ଠିକ ରଖିପାରିବା ।

କିନ୍ତୁ ଯଦି ଆମେ ଖାଦ୍ୟରେ ପ୍ରତ୍ୟେକ ଦିନ ଡ୍ରାଏ ଫ୍ରୁଟ ସାମିଲ କରିବା ତେବେ ଆମ ଶରୀରରେ ମସ୍ତିଷ୍କର ବିକାଶ ହେବା ସହ ଆମର ଶାରୀରିକ ବୃଦ୍ଧି ଘଟିଥାଏ । ଏଥିପାଇଁ ଶରୀରରେ ଡ୍ରାଏ ଫ୍ରୁଟ ସାମିଲ ହେବା ନିହାତି ଜରୁରୀ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଆମ ଶରୀରରେ ଭିଟାମିନ ବଢିବା ସହ ଶରୀରରେ ପୋଷକ ତତ୍ୱ ,ଓମୋଗା -୩ ,ଆଣ୍ଟିଅକ୍ସସାଇଡ , ଫାଇବର ,କ୍ୟାଲସିୟମ , ପୋଟାସିୟମ ଭଳି ବହୁ ଭିଟାମିନ ରହିଥାଏ ।

ଯାହା ଆମ ଶରୀରକୁ ଶକ୍ତି ଯୋଗାଇଥାଏ । ତେବେ ଆସନ୍ତୁ ଜାଣିବା ଅଖରୋଟ ଖାଇବା ଦ୍ୱାରା ଆମ ଶରୀରକୁ କଣ ଲାଭ ମିଳିଥାଏ  । ଅଖରୋଟ ଖାଇବା ଦ୍ୱାରା ଏହା ଆମ ଶରୀରର ହାର୍ଟକୁ ସୁସ୍ଥ ରଖିବା ଶହ ଆମ ମେଟାବୋଲିଜିମକୁ ଠିକ ରଖିଥାଏ । ହାର୍ଟ ଜନିତ ହୋଇଥିବା ସମସ୍ୟାକୁ ଠିକ ରଖିଥାଏ । ଅଖରୋଟ ଆମର ମାନସିକ ବୃଦ୍ଧି କରିବା ସହ ପେଟ ଜନିତ ସମସ୍ୟାକୁ ମଧ୍ୟ ଠିକ ରଖିଥାଏ । ଏଥିସହ ଆପଣଙ୍କର ଯଦି ଓଜନ କମ ରହିଥାଏ ତେବେ

ଆପଣ ଅଖରୋଟ ଖାଇପାରିବେ । ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ  । ଆଖି ଜନିତ ସମସ୍ୟା ମଧ୍ୟ ଠିକ ରଖିଥାଏ । ନିଜକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ନିଜର ସକାଳ ଖାଦ୍ୟରେ ଆପଣ ସାମିଲ କରନ୍ତୁ ଅଖରୋଟ । ଏହାଦ୍ୱାରା ଆପଣ ଶରୀରକୁ ବିଭିନ୍ନ ପ୍ରୋଟିନ ପାଇବା ସହ ନିଜକୁ ଫିଟ ରଖିପାରିବେ  ।