କନକ ବ୍ୟୁରୋ : ଉଦ୍ୟୋଗୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଛୋଟ, ବଡ଼ ସବୁ ଉଦ୍ୟୋଗୀଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ଅର୍ଥ ଉପାର୍ଜନର ସୁଯୋଗ। କନ୍ଧମାଳ ଜିଲାବାସୀଙ୍କ ପାଇଁ ଏଭଳି ସୁବିଧା ଉପଲବ୍ଧ ହୋଇଛି। ପ୍ରଥମଥର ପାଇଁ ଦାରିଙ୍ଗବାଡିର ଇକୋ ରିଟ୍ରିଟରେ ଦୁଇ ଦିନିଆ ଇନଭେଷ୍ଟ କନ୍ଧମାଳ-୨୦୨୫ କାର୍ୟ୍ୟକ୍ରମ ଆଜି ଠାରୁ ଆରମ୍ଭ ହେଉଛି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାରେ ପୁଞ୍ଜିପତି, ଉଦ୍ୟୋଗପତି ଠିକାଦାର ସଂସ୍ଥା, ବ୍ୟବସାୟିକ ଅନୁଷ୍ଠାନର ମୁଖିଆମାନେ ଯୋଗଦାନ କରିବେ। ମୁଖ୍ୟତଃ ଏହି କର୍ମଶାଳାରେ ଦାରିଙ୍ଗବାଡି ପର୍ୟ୍ୟଟନ, ସରକାରୀ-ଶିଳ୍ପ ସଂଳାପ, ଆତିଥ୍ୟ ବ୍ୟବସ୍ଥା ବ୍ୟବସାୟିକ କ୍ଷେତ୍ରରେ ହିତାଧିକାରୀ ନେଟୱାର୍କିଂ ସୁଯୋଗ, ଏଗ୍ରୋ-ଟୁରିଜିମ ନିବେଶ ଉପରେ ଆଲୋଚନା ହେବ। ଏଥିସହ କନ୍ଧମାଳରେ ଅମଳ ହେଉଥିବା ବିଭିନ୍ନ ସାମଗ୍ରୀ ତଥା ହଳଦୀ, ତେନ୍ତୁଳି, ଷ୍ଟ୍ରବେରୀ,କଫି,ମାଣ୍ଡିଆ, ଆମ୍ବ, ଲିଚୁ, ପଣସ ଆଦିରୁ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରଗୁଡିକରେ କିଭଳି ଅର୍ଥ ବିନିଯୋଗ କରି ଅର୍ଥ ଉପାର୍ଜନ କରିବେ ସେନେଇ ଆଲୋଚନା କରାଯିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୭୫ ଜଣ ବିନିଯୋଗକାରୀ ଆସିବାକୁ ପ୍ରତିଶ୍ରୁତି ଦେଇସାରିଥିବା ଜଣାପଡ଼ିଛି।
ଉଦ୍ୟୋଗୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ପ୍ରଥମଥର ପାଇଁ ଦାରିଙ୍ଗିବାଡିରେ ଇକୋ ରିଟ୍ରିଟରେ ଦୁଇଦିନିଆ ଇନଭେଷ୍ଟ କନ୍ଧମାଳ-୨୦୨୫
Advertisment
Follow Us