କନକ ବ୍ୟୁରୋ : ସୁନା କିଣୁଥିଲେ ସାବଧାନ। ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଗତ ୫ ମାସ ମଧ୍ୟରେ ଯୋଗାଣ ବିଭାଗ ପକ୍ଷରୁ କରାଯାଇ ଥିବା ୩ ହଜାର ୧୨୫ ରେଡ଼ ରେ ୧୧୬ ଜଣ ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି । ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ସହିତ ସେମାନଙ୍କଠାରୁ ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଫାଇନ ଆଦାୟ କରାଯାଇଛି । ଗଞ୍ଜାମ, ଖୋର୍ଦ୍ଧା ଓ କଟକରେ ଗ୍ରାହକମାନେ ସର୍ବାଧିକ ଠକେଇର ଶିକାର ହୋଇଛନ୍ତି। ଗଞ୍ଜାମ ଓ କଟକରେ ୧୭ ଜଣ ବ୍ୟବସାୟୀ ଗ୍ରାହକଙ୍କୁ ଠକି ଥିବା ନଜରକୁ ଆସିଥିବା ବେଳେ ଖୋର୍ଦ୍ଧାରେ ୧୬ ବ୍ୟବସାୟୀ ଗ୍ରାହକଙ୍କୁ ଠକିଛନ୍ତି। ବଡ଼ କଥା ହେଲା ଗତବର୍ଷ ମଧ୍ୟ ୪୯୫ ବ୍ୟବସାୟୀ ଗ୍ରାହକଙ୍କୁ ଠକି ଥିବା ଜଣାପଡ଼ିଛି । ସେମାନଙ୍କଠୁ ୧୫ ଲକ୍ଷ ୩୦ ହଜାର ଫାଇନ ଆଦାୟ ହୋଇଛି ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  /kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/media_files/QVFjn6ue9qmbYSbsGeKY.jpg)