କନକବ୍ୟୁରୋ: ଜବତ ସୁନାର ମିଳୁନି ହିସାବ। ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହୋଇଥିବା ସୁନା ଓ ରୁପାର ଗଣତି ସରିଛି। ଏହାପରେ ସେହି କୋଠରୀକୁ ସିଲ୍ କରିଯାଇଛି। ସମସ୍ତ ବକ୍ସ ଖୋଲିବା ପରେ ସାମ୍ନାକୁ ଆସିଲା ସୁନା ଓ ରୁପାର ପ୍ରକୃତ ରହସ୍ୟ। ବଡ଼ ବଡ଼ ବକ୍ସରେ ଅଣା ଯାଇଥିଲା ସୁନା ଓ ରୁପା ଅଳଙ୍କାର। କିନ୍ତୁ ୩୦କିଲୋରୁ ଅଢ଼େଇ କିଲୋ ସୁନା ଓ ୮୦କିଲୋ ରୁପାର କୌଣସି ତଥ୍ୟ ମିଳୁନି। ସୁନାର ଇ-ୱେ ବିଲରେ ୮୭କିଲୋ ଲେଖାଯାଇଥିବା ବେଳେ ବକ୍ସ ଖୋଲିବା ପରେ ସେଥିରେ ୩୦କିଲୋ ସୁନା ଥିବା ନେଇ ସ୍ପଷ୍ଟ ହୋଇଛି। ସେହିପରି ରୁପା ଇ-ୱେ ବିଲରେ ୨କ୍ବିଣ୍ଟାଲ ଲେଖାଯାଇଥିବା ବେଳେ ବକ୍ସ ଖୋଲିବା ପରେ ପାଖାପାଖି ଦେଢ଼ କୁଇଣ୍ଟାଲ ରୂପା ଓଜନ ହୋଇଥିବା ଜଣା ପଡିଛି।
ବର୍ତମାନ ସୁଦ୍ଧା ୩୦କିଲୋ ସୁନାରୁ ଅଢେଇ କିଲୋ ସୁନାର ତଥ୍ୟ ମିଳୁନି। କାଗଜପତ୍ର ଯାଞ୍ଚ ବେଳେ ଅଢେଇ କିଲୋ ସୁନା ତଥ୍ୟ ମିଳୁନାହିଁ। ସେହିପରି ୮୦କିଲୋ ରୁପାର ତଥ୍ୟ ମିଳୁନି। ତଥ୍ୟ ମିଳୁ ନଥିବା ସୁନାକୁ ଜବତ କରିଛି ତଦନ୍ତକାରୀ ଟିମ। ତଥ୍ୟ ମିଳୁନଥିବା ସୁନା ଓ ରୁପା କୁ ଟ୍ରେଜେରି ଅଫିସ କୁ ପଠାଇବ ସିଟି ଜିଏସଟି ବିଭାଗ। ନିର୍ଦ୍ଧାରିତ ସମୟ ଭିତରେ ଜବତ ସୁନା ଓ ରୁପା ର ତଥ୍ୟ ନମିଳିଲେ ସେ ସବୁ କୁ ବାଜ୍ୟାପ୍ତି କରାଯିବ ବୋଲି ସିଟି ଜିଏସଟି ପକ୍ଷରୁ ସୂଚନା ମିଳିଛି। ସେପଟେ ସୁନା ରୂପା ପଠାଇ ଥିବା ସଂସ୍ଥା ନିକଟରେ ପହଞ୍ଚିବାକୁ ଉଦ୍ୟମ କରୁଛି ସିଟି ଜିଏଷ୍ଟି ବିଭାଗ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/gRnq7QSEKDavyHSXHZjX.jpg)