କନକ ବ୍ୟୁରୋ : ସୁନା ଓ ରୁପା ଦରରେ ନିଆଁ ଲାଗିଛି । ଦୈନିକ ଏହି ଦୁଇ ଧାତୁର ମୂଲ୍ୟ ବୃଦ୍ଧି ପାଉଛି । ୧୦ ଗ୍ରାମ ସୁନାର ଦର ୧ ଲକ୍ଷ ୧୫ ହଜାର ପାର କରିଛି । ସେହିଭଳି ରୁପା କଥା କହିଲେ ସମାନ ସ୍ଥିତି । ରୁପା କିଲୋ ପ୍ରତି ୧ ଲକ୍ଷ ୪୨ ହଜାର ଛୁଇଁଛି । 

Advertisment

ସୁନାର ଦାମ ଅର୍ନ୍ତରାଷ୍ଟ୍ରୀୟ ବଜାରରୁ ନେଇ ଘରୋଇ ମାର୍କେଟ ପର୍ଯ୍ୟନ୍ତ ହୁ ହୁ ହୋଇ ବଢୁଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଏବେ ସୁନା ଭରି ପ୍ରତି ୧,୧୫,୧୩୯ ଟଙ୍କା ରହିଛି । ଏହା ସୁନାର ସର୍ବୋଚ୍ଚ ଦାମ । ଏମସିଏକ୍ସ ଭଳି ଘରୋଇ ମାର୍କେଟରେ ମଧ୍ୟ ସୁନାର ଦାମ ଆକାଶଛ୍ରୁଆଁ ହୋଇଛି । 

ଆପଣ ଜାଣି ରଖିବା ଉଚିତ କି ଇଣ୍ଡିଆନ ବୁଲିୟନ ଜୁଏଲର୍ସ ଆସୋସିଏସନର ୱେବସାଇଟରେ ସୁନା ଦାମ ଯାହା ଉପଲବ୍ଧ ଥାଏ ସେହି ଦର ସାରା ଦେଶରେ ଲାଗୁ ହୋଇଥାଏ । ହେଲେ ଆପଣ ଯେତେବେଳେ ଗହଣା ଦୋକାନରୁ ସୁନା ଗହଣା କିଣନ୍ତି ସେତେବେଳେ ଏହି ଗହଣା ଉପରେ ୩ ପ୍ରତିଶତ ଜିଏସଟି ସହ ମେକିଂ ଚାର୍ଜ ମଧ୍ୟ ଲାଗୁ ହୋଇଥାଏ । ଏହା ଭିନ୍ନ ଭିନ୍ନ ସହରରେ ଭିନ୍ନ ଭିନ୍ନ ହୋଇଥାଏ । 

କେବଳ ସୁନା ନୁହେଁ ରୁପା ଦର ବି ଆକାଶଛୁଆଁ ହୋଇଛି । ଶୁକ୍ରବାରଦିନ ଘରୋଇ ବଜାରରେ ସୁନା କିଲୋ ପ୍ରତି  ୧,୩୮,୧୦୦ ଟଙ୍କା ରହିଛି । ହେଲେ ଏମସିଏକ୍ସରେ ଏହାର ଦାମ ୧ ଲକ୍ଷ ୪୨ ହଜାର ଟଙ୍କା ରହିଛି ।

ହେଲେ ବିଶେଷଜ୍ଞଙ୍କ ମତ ରହିଛି କି ଆଗାମୀ ଦିନରେ ସୁନା ୧୦ ଗ୍ରାମ ପ୍ରତି ୨ ଲକ୍ଷ ଟଙ୍କା ପାର ହେବ, ଏହା ପଛରେ ଅନେକ କାରଣ ଦର୍ଶା ଯାଉଥିବା ବେଳେ ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ମୁଖ୍ୟ କାରଣ ବୋଲି ଦର୍ଶା ଯାଉଛି ।