ଖୋର୍ଦ୍ଧାରେ ସୁନା ଦୋକାନରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ, ୨ ଜଣଙ୍କୁ ଗିରଫ ସହ ୧ କିଲୋ ସୁନା ଓ ୨ କିଲୋ ରୂପା ଅଳଙ୍କାର ଜବତ

ପୂର୍ବରୁ ଏହି ଘଟଣାରେ ସେପ୍ଟେମ୍ବର ୨ତାରିଖରେ ୧କେଜି ସୁନା ଅଳଙ୍କାର, ୨କେଜିରୁ ଉର୍ଦ୍ଧ୍ବ ରୂପା ଅଳଙ୍କାର ସହ ନଗଦ ୯ଲକ୍ଷ ଟଙ୍କା ଜବତ ହୋଇଥିଲା। ଏପର୍ୟ୍ୟନ୍ତ ୨ କେଜି ପାଖାପାଖି ସୁନା ଏବଂ ସାଢେ଼ ୪କିଲୋ ରୂପା ଅଳଙ୍କାର ଜବତ ହୋଇଛି।  ଏପର୍ଯ୍ୟନ୍ତ  ୫ଜଣ ଗିରଫ ହୋଇଛନ୍ତି ।

05

କନକ ବ୍ୟୁରୋ :  ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରିରେ ଥିବା ସାଇ ସୋନୁ ଅଳଙ୍କାର ଦୋକାନରୁ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଆଜି ୨ ଜଣଙ୍କୁ ଗିରଫ କରିବା ସହ ୧ କେଜି ସୁନା ଓ ୨ କେଜି ରୂପା ଅଳଙ୍କାର ଜବତ କରିଛି ପୋଲିସ । ପୂର୍ବରୁ ଏହି ଘଟଣାରେ ସେପ୍ଟେମ୍ବର ୨ତାରିଖରେ ୧କେଜି ସୁନା ଅଳଙ୍କାର, ୨କେଜିରୁ ଉର୍ଦ୍ଧ୍ବ ରୂପା ଅଳଙ୍କାର ସହ ନଗଦ ୯ଲକ୍ଷ ଟଙ୍କା ଜବତ ହୋଇଥିଲା। ଏପର୍ୟ୍ୟନ୍ତ ୨ କେଜି ପାଖାପାଖି ସୁନା ଏବଂ ସାଢେ଼ ୪କିଲୋ ରୂପା ଅଳଙ୍କାର ଜବତ ହୋଇଛି।  ଏପର୍ଯ୍ୟନ୍ତ  ୫ଜଣ ଗିରଫ ହୋଇଛନ୍ତି । ଅଗଷ୍ଟ ୨୪ତାରିଖରେ ସେଇ ଦୋକାନରୁ ୧୧କେଜିରୁ ଉର୍ଦ୍ଧ ସୁନା ଅଳଙ୍କାର ଏବଂ ରୂପା ୫କେଜି ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା । ଲୁଟ ଘଟଣାରେ ୮ଜଣ ସଂପୃକ୍ତ ଥିବା ଏସପି ବିବେକାନନ୍ଦ ଶର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନେ ଜିଲ୍ଲା ଏବଂ ଜିଲ୍ଲା ବାହାରର ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ଦିନ ଦ୍ୱିପହରେ ବୋମା, ମାଉଜର ଏବଂ ଭୁଜାଲି ଦେଖାଇ ଲୁଟି ନେଇଥିଲେ ମୁଖା ପିନ୍ଧା ଲୁଟେରା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe