ଚାଲିଛି ବିବାହ ଋତୁ... ଜାଣନ୍ତୁ କେତେ ରହିଛି ଆଜି ସୁନା ଦର

ସୁନା ଅଳଙ୍କାର ସମସ୍ତଙ୍କ ପ୍ରିୟ । ହେଲେ ଲଗାତାର ଏହାର ଦର ବୃଦ୍ଧି ଗ୍ରାହକଙ୍କ ପାଇଁ ସମସ୍ୟା ହୋଇ ଛିଡା ହୋଇଛି । ଆଜିର ସୁନା ଦର

ଅଦ୍ୟତନ ହୋଇଛି
Gold+

Gold+ Photograph: (KanakNews)

କନକ ବ୍ୟୁରୋ: ସୁନା ଅଳଙ୍କାର ସମସ୍ତଙ୍କ ପ୍ରିୟ । ହେଲେ ଲଗାତାର ଏହାର ଦର ବୃଦ୍ଧି ଗ୍ରାହକଙ୍କ ପାଇଁ ସମସ୍ୟା ହୋଇ ଛିଡା ହୋଇଛି । ଏବେ ବିବାହ ଋତୁ ଚାଲିଥିବାବେଳେ ସୁନା ଟିକେ କିଣିବାକୁ ମଧ୍ୟବିତ୍ତଙ୍କଠାରୁ ଧନୀ ସମସ୍ତେ ବାଧ୍ୟ । ହେଲେ ଏବେ ସୁନା ରେକର୍ଡ ସ୍ତରରେ ପହଞ୍ଚିବା କାରଣରୁ ବିଶେଷ କରି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ସମସ୍ୟା ହେଉଛି। 

ଆସନ୍ତୁ ନଜର ପକାଇବା ଓଡିଶାରେ କେତେ ରହିଛି ସୁନା ଦର । ଆଜି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଗ୍ରାମ ପ୍ରତି ୮ ହଜାର ୭୩୯ ଟଙ୍କା ରହିଛି। ୨୨ କ୍ୟାରେଟ ପ୍ରତି ଗ୍ରାମ ପିଛା ଦର ୮,୦୧୧ ଟଙ୍କା ରହିଛି, ୧୮ କ୍ୟାରେଟ ସୁନା ଗ୍ରାମ ପ୍ରତି ୬ହଜାର ୫୫୫ ଟଙ୍କା ରହିଛି।

ସୁନା ରେଟ୍
ସୁନା ରେଟ୍ Photograph: (କନକ ନ୍ୟୁଜ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe