କନକ ବ୍ୟୁରୋ: ସୁନା ଅଳଙ୍କାର ସମସ୍ତଙ୍କ ପ୍ରିୟ । ହେଲେ ଲଗାତାର ଏହାର ଦର ବୃଦ୍ଧି ଗ୍ରାହକଙ୍କ ପାଇଁ ସମସ୍ୟା ହୋଇ ଛିଡା ହୋଇଛି । ଏବେ ବିବାହ ଋତୁ ଚାଲିଥିବାବେଳେ ସୁନା ଟିକେ କିଣିବାକୁ ମଧ୍ୟବିତ୍ତଙ୍କଠାରୁ ଧନୀ ସମସ୍ତେ ବାଧ୍ୟ । ହେଲେ ଏବେ ସୁନା ରେକର୍ଡ ସ୍ତରରେ ପହଞ୍ଚିବା କାରଣରୁ ବିଶେଷ କରି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ସମସ୍ୟା ହେଉଛି।
ଆସନ୍ତୁ ନଜର ପକାଇବା ଓଡିଶାରେ କେତେ ରହିଛି ସୁନା ଦର । ଆଜି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଗ୍ରାମ ପ୍ରତି ୮ ହଜାର ୭୩୯ ଟଙ୍କା ରହିଛି। ୨୨ କ୍ୟାରେଟ ପ୍ରତି ଗ୍ରାମ ପିଛା ଦର ୮,୦୧୧ ଟଙ୍କା ରହିଛି, ୧୮ କ୍ୟାରେଟ ସୁନା ଗ୍ରାମ ପ୍ରତି ୬ହଜାର ୫୫୫ ଟଙ୍କା ରହିଛି।